ଜନ୍ମାଷ୍ଟମୀରେ ସିନେପ୍ରେମୀଙ୍କୁ ଖାସ୍‌ ଉପହାର ଦେଲେ ପ୍ରଭାସ ଓ ପୂଜା

ମୁମ୍ବଇ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ସିନେପ୍ରେମୀଙ୍କୁ ଏକ ଖାସ୍‌ ଉପହାର ଭେଟି ଦେଇଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗଡ଼େ।  ପ୍ରଭାସ-ପୂଜା ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ର ଏକ ନୂଆ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଦୁହେଁ ଏହି ପୋଷ୍ଟର ଶେୟାର କରିବା ସହ ଦର୍ଶକଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି।


ନୂଆ ପୋଷ୍ଟରରେ ପ୍ରଭାସ ଓ ପୂଜା ଦୁହେଁ ପିଆନୋ ବଜାଉଥିବାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ରାଧା କ୍ରୀଷ୍ଣକୁମାରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖରେ ମୁକ୍ତିଲାଭ କରିବ।

Comments are closed.