୭ଟି ରାଷ୍ଟ୍ରୀୟ ମୋର୍ଚାରେ ବିଜେପି ନିଯୁକ୍ତ କଲା ପ୍ରଭାରୀ

ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସ୍ଥରରେ ୭ଟି ମୋର୍ଚାର ପ୍ରଭାରୀ ନିଯୁକ୍ତ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି। ଏଥିରେ କିସାନ ମୋର୍ଚା ପ୍ରଭାରୀ ଭାବେ ଭୁପେନ୍ଦ୍ର ଯାଦବ ନିଯୁକ୍ତି ପାଇଥିବା ବେଳେ ଅନ୍ୟାନ୍ୟ ପଛୁଆ ବର୍ଗ ମୋର୍ଚା ପ୍ରଭାରୀ ଭାବେ ଅରୁଣ ସିଂ, ମହିଳା ମୋର୍ଚା ପ୍ରଭାରୀ ଭାବେ ଦୁଷ୍ୟନ୍ତ କୁମାର ଗୌତମ, ଯୁବ ମୋର୍ଚା ପ୍ରଭାରୀ ଭାବେ ତରୁଣ ଚୂଗ, ଅଳ୍ପସଂଖ୍ୟକ ମୋର୍ଚା ପ୍ରଭାରୀ ଭାବେ ଶ୍ରୀମତୀ ଡ଼ି. ପୁରନ୍ଦେଶ୍ୱରୀ, ଅନୁସୂଚିତ ଜାତି ମୋର୍ଚା ସି.ଟି. ରବି ଏବଂ ଅନୁସୂଚିତ ଜନଜାତି ମୋର୍ଚା ପ୍ରଭାରୀ ଭାବେ ଦିଲ୍ଲୀପ ଶୈକ୍ୟା ନିଯୁକ୍ତ ହୋଇଛନ୍ତି।

Comments are closed.