ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟ କୁଶଳତା: ବାଚସ୍ପତି

ଆନ୍ତର୍ଜାତିକ ପ୍ରବାସୀ ଓଡ଼ିଆ ୱେବ ସମ୍ମିଳନୀ

ଭୁବନେଶ୍ବର: ଆମ ରାଜ୍ୟକୁ ଦେଶ ଓ ବିଦେଶରୁ ଆସୁଥିବା ଶ୍ରମିକ ଭାଇ ଭଉଣୀ ମାନେ ଆମର ସ୍ନେହ ଶ୍ରଦ୍ଧା ସମ୍ମାନର ହକଦାର। କାରଣ ରାଜ୍ୟକୁ ଆସୁଥିବା ୧୫ ଲକ୍ଷ ଶ୍ରମିକଙ୍କର କାର୍ଯ୍ୟ କୁଶଳତା, ପାରିଦର୍ଶିତା ଓ ଶ୍ରେଷ୍ଠତାକୁ ଯଦି ସଠିକ ଭାବେ ବିନିଯୋଗ କରାଯାଏ ତେବେ ଓଡ଼ିଶାର ଅର୍ଥନୈତିକ ଉତ୍‌ଥାନ ସହାୟକ ହୋଇପାରିବ। ବୋଲି ଓଡିଶା ବିଧା ସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।

ଆଜି ଏଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ପ୍ରବାସୀ ଓଡ଼ିଆ ୱେବ ସମ୍ମିଳନୀକୁ ଉଦ୍‌ଘାଟନ କରି ଶ୍ରୀ ପାତ୍ର କହିଥିଲେ ଯେ କରୋନା ସଙ୍କଟ ସମୟରେ ପ୍ରବାସୀମାନଙ୍କ ପ୍ରତି ରାଜ୍ୟ ବାସି ସହାନୁଭୂତି ଓ ସମବେଦନା ଦେଖାଇବା ଆବଶ୍ୟକ। କରୋନା ପରବର୍ତ୍ତି ପର୍ଯ୍ୟାୟରେ ଓଡିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ପ୍ରବାସୀ ଓଡ଼ିଆ ବିଶେଷକରି ଯୁବସମ୍ପ୍ରଦାୟ ଓଡ଼ିଶାର ସର୍ବାଙ୍ଗୀଣ କଲ୍ୟାଣ ପାଇଁ ସହଯୋଗ ପ୍ରଦାନ କରିବାକୁ ବାଚସ୍ପତି ପ୍ରକାଶ କରିଛନ୍ତି।
ବନ୍ଦେ ଉତ୍କଳ ଫାଉଣ୍ଡେସନର ସଂସ୍ଥାପକ ଅଧକ୍ଷ କିଶୋର ଦ୍ୱିବେଦୀ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ କୋଭିଡ-୧୯ ମହାମାରୀ ଆଜିର ମାନବ ସମାଜ ପାଇଁ ସବୁଠୁ ବଡ଼ ବିପତ୍ତି ଆଣିଦେଇଛି। ଏଥିରେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଜୀବନ ଶୈଳୀ ଓ ଜୀବିକାରେ ପ୍ରଭାବ ପଡ଼ିଛି। କରୋନା ଲକ୍‌ଡାଉନ୍‌ ପରବର୍ତ୍ତି ସମୟରେ ପ୍ରବାସୀମାନେ ଓଡ଼ିଶା ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ,ଆଇଏନଟିୟୁସିର ଜାତୀୟ ଉପ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଆ ସୋସାଇଟି ଅଫ ଆମେରିକାର ସଭାପତି କୁକୁ ଦାସ,ୟୁଏଇ ଓଡ଼ିଆ ସମାଜର ସଭାପତି ଅମୀୟ ମିଶ୍ର , ସମ୍ପାଦକ ପ୍ରୀତୀଶ ରଞ୍ଜନ ଦାସ, ୟୁକେ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶିବ ବିଶ୍ୱାଳ,ସିଙ୍ଗାପୁର ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ସମ୍ବିତ ମିଶ୍ର,ରୁଷିଆ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ନଳିନୀ ପତି, ଦିଲ୍ଲୀ ଓଡିଶା ଫୋରମର ସଭାପତି ଗୋକୁଳ ପଟ୍ଟନାୟକ, କଲକାତା ଉତ୍କଳ ଶିକ୍ଷା ସଂସଦର ସମ୍ପାଦକ ପିତାମ୍ବର ବାରିକ,କେରଳ ସରକାରଙ୍କର ପୁଲିସ ମହାନିର୍ଦେଶକ ଲୋକନାଥ ବେହେରା, ଅସୀମ ଓଡ଼ିଶାର ସଭାପତି ଖିରୋଦ ଜେନା, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ବିପିନ ମିଶ୍ର, ବେଙ୍ଗାଲୁର ଓଡ଼ିଆ ସମାଜର ମନୋଜ ପାତ୍ର,ସୁରଟ ଓଡ଼ିଆ ସମାଜର ସୁଭାଷ ଗନ୍ତାୟତ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ବକ୍ତବ୍ୟ ରଖିଥିଲେ।ଆଇଏମଏସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସମ୍ମିଳନୀକୁ ସଞ୍ଚାଳନ କରିଥିଲେ। ଆବାହକ ପବିତ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିବାବେଳେ ମନୋଜ ନାୟକ , ଅବନୀ ସାହୁ ଓ କାବେରୀ ବେହେରା ସମଗ୍ର କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.