ଅମାନିଆ ପ୍ରବାସୀଙ୍କ ପାଇଁ ବଢୁଛି ସଂକ୍ରମଣ

ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ୭୨ଘଣ୍ଟା ପାଇଁ ସସଟ୍‍ଡାଉନ୍‍

ବୋଲଗଡ: ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣି ସେମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତେବେ କେତେକ ଅମାନିଆ ପ୍ରବାସୀଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ବାହାର ରାଜ୍ୟରୁ ଆସିବା ପରେ ଲୁଚିଛପି ବୁଲାବୁଲି କରିବା ଓ କରୋନା କଟକଣା ନ ମାନିବା ଯୋଗୁ ସେମାନଙ୍କ ସଂସ୍ପର୍ଶରେ ଆସି ଅନେକ କରୋନା ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି।
କରୋନା ମହାମାରୀ ତାର ପ୍ରକୋପ ବଢାଇ ଚାଲିଥିବା ବେଳେ ସାରା ବିଶ୍ୱ ବର୍ତ୍ତମାନ ପାଇଁ ଆତଙ୍କିତ ଅବସ୍ଥାରେ ଅଛି। ମହାମାରୀକୁ ରୋକିବାକୁ କୌଣସି ଔଷଧ ଏପର୍ଯ୍ୟନ୍ତ ବାହାରି ନଥିବା ବେଳେ କେବଳ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୁରତା ନିୟମକୁ ମାନିଲେ ହିଁ ଏଥିରୁ ବର୍ତ୍ତି ପାରିବା। କିନ୍ତୁ ବହୁ ଅମାନିଆ ଲୋକ ଏଗୁଡିକୁ ନମାନି କରେନା ମହାମାରୀକୁ ଆମନ୍ତ୍ରଣ କରିଚାଲିଛନ୍ତି। ଏହି କରୋନା ମହାମାରୀକୁ ଯେତେ ସତର୍କତାର ସହିତ ପ୍ରଶାସନିକ ସ୍ତରରେ ଜଗିଲେ ମଧ୍ୟ କିଛି ଅମାନିଆ ପ୍ରବାସୀ ଲୁକ୍କାୟିତ ଭାବରେ ବାହାରୁ ଆସି ନିଜ ଗ୍ରାମରେ ବୁଲିବା ଦ୍ୱାରା ସଂକ୍ରମଣର ହାର ଧୀରେ ଧୀରେ ବଢିବାକୁ ଲାଗିଛି। ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତରେ। ଗୁରୁବାର ଜଣେ କରୋନା ସନ୍ଦିଗ୍ଧ ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସି ୩ଦିନ ପର୍ଯ୍ୟନ୍ତ ଗ୍ରାମର ଲୋକମାନଙ୍କ ସହିତ ମିଳାମିଶା କରିଥିଲେ। ସୋମବାର ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭ ଜଣାପଡିଥିଲା। ମଙ୍ଗଳବାର ଠାରୁ ସମଗ୍ର ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମକୁ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ୭୨ଘଣ୍ଟା ପାଇଁ ସସଟ୍‍ଡାଉନ୍‍ ଘୋଷଣା କରାଯିବା ସହିତ ସେହି ଗ୍ରାମର ନୟାପାଟଣା ଛକରୁ ଚନ୍ଦ୍ରଶେଖରପୁର ପାଣିପମ୍ପ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ସରପଞ୍ଚ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

Comments are closed.