ସାମାଜିକ ଦାୟତ୍ବିବୋଧ କ୍ଷେତ୍ରରେ ପିପିଏଲ୍‌ ସମ୍ମାନିତ

ଭୁବନେଶ୍ୱର: ପାରାଦ୍ବୀପ ଫସ୍‌ଫେଟ ଲିମିଟେଡ଼ ସାମାଜିକ ଦାୟିତ୍ବବୋଧତା କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ୟମ ଏବଂ ଅଭିନବ ପନ୍ଥା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ସିଏସ୍‌ଆର୍‌ ଓଡ଼ିଶା ଫୋରମ୍‌ ପକ୍ଷରୁ ସମ୍ମାନିତ ହୋଇଛି। କରୋନା ମହାମାରୀ ସମୟରେ କମ୍ପାନୀର କାର୍ଯ୍ୟକ୍ରମ ମନୋନୟନ କମିଟି ଦ୍ବାରା ପ୍ରଶଂସିତ ହୋଇଛି। ଭୁବନେଶ୍ବରରେ ଅନୁଷ୍ଠିତ ବାର୍ଷିକ ସିଏସ୍‌ଆର୍‌ ସମ୍ମିଳନୀରେ କମ୍ପାନୀର କର୍ପୋରେଟ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ଏବଂ ପରିଚାଳକ(ସିଏସ୍‌ଆର) ସୌମ୍ୟାଶ୍ରୀ ଓମ୍‌ପ୍ରକାଶ ସାହୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କରୋନା ମହାମାରୀ ସମୟରେ ଗୋଷ୍ଠୀସ୍ତରରେ ଉତ୍ତମ କାର୍ଯ୍ୟପନ୍ଥା ଗ୍ରହଣ କରିଥିବାରୁ ସୌମ୍ୟାଶ୍ରୀଙ୍କୁ ‘କୋଭେଟେଡ୍‌ ୟଙ୍ଗ ପ୍ରଫେସନାଲ’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ସିଏସ୍‌ଆର ଫୋରମର ଆବାହକ ବି.କେ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.