ରାସ୍ତା କଡରେ ପଡିଛି ପିପିଇ କିଟ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସିରିଶିଠାରୁ ଗରୁଡଗୁଡ଼ା ମୁଖ୍ୟ ରାସ୍ତା କଡରେ ଏକ ପିପିଇ କିଟ୍ ପଡିଥିବା ଦେଖିବାକୁ ମିଳିଛି । କରୋନା ରୋଗୀକୁ ନେବା ଆଣିବା କରୁଥିବା କୌଣସି ଏକ ଆମ୍ୱୁଲାନ୍ସ କର୍ମଚାରୀ ଏହାକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । କିଟ୍ ପଡିଥିବା ରାସ୍ତାରେ ବହୁ ଲୋକ ମାନେ ଯିବା ଆସିବା କରୁଥିବାରୁ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ସେହି ରାସ୍ତା ଦେଇ ପ୍ରତିଦିନ ଅନେକ ସରକାରୀ କର୍ମଚାରୀ ଯିବା ଆସିବା କରୁଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିବା ଜଣାପଡିଛି ।
ପିପିଇ କିଟ୍ କୁ ବ୍ୟବହାର କରି ତାହାକୁ ରାସ୍ତା କଡରେ ଆଣି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁସାରେ ପିପିଇ କିଟ୍ ବ୍ୟବହାର କରିସାରିବା ପରେ ତାକୁ କିଭଳି ନଷ୍ଟ କରାଯିବ ସେ ନିୟମ ରହିଥିଲେ ମଧ୍ୟ ଏ ନିୟମ ଉଲଂଘନ କରି କିଭଳି ହଜାର ହଜାର ଲୋକ ଯିବା ଆସିବା ରାସ୍ତା କଡରେ ଫିଙ୍ଗି ଫପଡା ଯାଉଛି ତାହାକୁ ନେଇ ବର୍ତ୍ତମାନ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Comments are closed.