ୟୁପିଏ ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ନୁହେଁ: ପୱାର

ମୁମ୍ବଇ : ୟୁପିଏର ଅଧ୍ୟକ୍ଷ ପଦ ପାଇଁ ସେ ଆଗ୍ରହୀ ନୁହନ୍ତି ବୋଲି ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି। ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଶରଦ ପୱାରଙ୍କୁ ୟୁପିଏ ଅଧ୍ୟକ୍ଷ ପଦ ଭାର ଦେବା ଲାଗି ଚାଲିଥିବା ଯୋଜନା ଉପରେ ପ୍ରତିକ୍ରିୟା ରଖି ପୱାର ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ ୟୁପିଏ ଅଧ୍ୟକ୍ଷ ପଦ ଲାଗି ମୋର ଅଭିଳାଷ ନାହିଁ କି ଏଥିପାଇଁ ମୋର ସମୟ ନାହିଁ। କୃଷକ ଆନ୍ଦୋଳନ ପ୍ରସଙ୍ଗରେ ରବିବାର ନୂଆଦଲ୍ଲୀରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ହେବାକୁ ଯାଉଥିବାବେଳେ ପୱାର ଏଥିରେ ଯୋଗ ଦେବେ। ଏହି ବୈଠକରେ ୟୁପିଏ ଅଧ୍ୟକ୍ଷ ପଦକୁ ନେଇ କୌଣସି ଆଲୋଚନା ହେବାର ପ୍ରସ୍ତାବ ନାହିଁ।

Comments are closed.