ବଦଳିଲା ଡାକଘର କ୍ଷୁଦ୍ର ସଞ୍ଚୟ ଖାତା ଜମା ନିୟମ

ଅଣଗୃହ ଡାକ ଶାଖାରେ ​ହୋଇପାରିବ ୨୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌ ଜମା

ନୂଆଦିଲ୍ଲୀ : ଡାକଘର ସଞ୍ଚୟ ଖାତାଧାରକଙ୍କ ପାଇଁ ଭଲ ଖବରୋ।  କାରଣ ନିକଟରେ ଡାକ ବିଭାଗ ଏହାର କ୍ଷୁଦ୍ର ସଞ୍ଚୟ ଖାତାର ଜମା ନିୟମରେ ବଡ ପରିବର୍ତ୍ତନ ଆଣିଛି। ଏହି ଅନୁଯାୟୀ, ଏବେ ଡାକ ଘରର ଯେ କୌଣସି ଅଣଗୃହ ଡାକ ଶାଖାରେ ୨୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଚେକ ଜମା କରାଯାଇପାରିବ।  ଏହା ପୂର୍ବରୁ ସେଠାରେ ୨୫,୦୦୦ରୁ ଅଧିକ ଟଙ୍କାର ଚେକ ଜମା ହୋଇପାରୁ ନ ଥିଲା। ବିଭାଗର ନିର୍ଦେଶନାମା ଅନୁଯାୟୀ, ସଞ୍ଚୟ ଖାତା, ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ (ପିପିଏଫ), ସୁକନ୍ୟା ସମୃଦ୍ଧି ଆକାଉଣ୍ଟ (ଏସଏସଏ) ତଥା ରିକରିଂ ଜମା (ଆରଡି) ଖାତାରେ ଡାକ ଘର ସଞ୍ଚୟ ଚେକ ସ୍ୱୀକାର କରିବା ସୀମା ସହ ଜଡିତ ନିୟମକୁ ସଂଶୋଧିତ କରାଯାଇଛି। ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଅନ୍ୟ ସିବିଏସ ଡାକ ଘର ଶାଖାରେ ପିପିଏଫ, ଆରଡି ତଥା ସୁକନ୍ୟା ସମୃଦ୍ଧି ଖାତାରେ ୨୫,୦୦୦ ଟଙ୍କାରୁ ଅଧିକ ଟଙ୍କାର ଚେକ ଜମା କରାଇବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଯାହାପରେ ଡାକ ବିଭାଗ ନିୟମକୁ ସଂଶୋଧିତ କରି ଏହି ପଦକ୍ଷେପ ଗ୍ରହଣ କରିଛି। ବିଭାଗର ଏହି ପଦକ୍ଷେପ ଖାତାଧାରକଙ୍କ ପାଇଁ କୌଣସି ବି ଅଣ-ଗୃହ ଡାକ ଶାଖାରେ ସଞ୍ଚୟ ଖାତା, ଆରଡି, ପିପିଏଫ ତଥା ସୁକନ୍ୟା ସମୃଦ୍ଧି ଖାତା ୨୫,୦୦୦ରୁ ଅଧିକ ଟଙ୍କାର ଚେକ ଜମା କରିବାରେ ସାହାଯ୍ୟ କରିବ।

Comments are closed.