ମଙ୍ଗଳ ଓ ଚନ୍ଦ୍ରରେ ପାଳଙ୍ଗ, ଟମାଟୋ, ମୂଳା ଫସଲ ଅମଳ ହୋଇପାରିବ: ନାସା

ନ୍ୟୁୟର୍କ: ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରରେ ପାଳଙ୍ଗ, ଟମାଟୋ, ମୂଳା ଭଳି ଫସଲ କରାଯାଇପାରିବ। ନାସାର ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି। ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ମଙ୍ଗଳ ଏବଂ ଚନ୍ଦ୍ର ଭଳି ବାତାବରଣ ଓ ମାଟି ପ୍ରସ୍ତୁତ କରି ସେଥିରେ ଫସଲ ଅମଳ କରିବାରେ ସଫଳତା ହାସଲ କରିଛନ୍ତି। ସେମାନେ କହିଛନ୍ତି, ଯଦି ଭବିଷ୍ୟତରେ ଲୋହିତ ଗ୍ରହ ମଙ୍ଗଳ ଏବଂ ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରାଯାଏ, ତେବେ ସେଠାରେ ଖାଦ୍ୟ ପଦାର୍ଥ ଅମଳ କରାଯାଇ ପାରିବ।

ନେଦରଲାଣ୍ଡର ୱାଗେନିଙ୍ଗେନ ବିଶ୍ଵବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ମଙ୍ଗଳ ଓ ଚନ୍ଦ୍ରରେ ଫସଲ ଅମଳ କରାଗଲେ ବି ସେଥିରୁ ମଞ୍ଜି ଉତ୍ପାଦନ କରାଯିବାର ସମ୍ଭାବନା ରହିଛି। ଫଳରେ ନୂଆ ଫସଲ କରାଯାଇ ପାରିବ। ବୈଜ୍ଞାନିକମାନେ ପାଳଙ୍ଗ, ମୂଳା, ଟମାଟୋ, ମଟର ଏବଂ ହଲୀମ ଭଳି ୧୦ଟି ଅଲଗା ପ୍ରକାରର ଫସଲ ଅମଳ କରିଛନ୍ତି। ବିଶ୍ଵବିଦ୍ୟାଳୟର ୱିଗର ୱେମଲିଙ୍କ କହିଛନ୍ତି, ଯେତେବେଳେ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଇଥିବା ମଙ୍ଗଳ ଗ୍ରହର ମାଟିରେ ଅମଳ ଟମାଟୋର ରଙ୍ଗ ଲାଲ ହେବାର ଦେଖିଲୁ ସେତେବେଳେ ଉତ୍ସାହିତ ହୋଇପଡ଼ିଲୁ। ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ପୃଷ୍ଠର ଉପରିଭାଗରୁ ସଂଗୃହୀତ ମାଟିରେ ସାମାନ୍ୟ ସାଧାରଣ ମାଟି ମିଶାଇ କୃତ୍ରିମ ରୂପରେ ମାଟି ପ୍ରସ୍ତୁତ କରିଥିଲେ।

Comments are closed.