ରାମ ମନ୍ଦିର ପାଇଁ ଭୂମିପୂଜା ଉପଲକ୍ଷେ ରେଙ୍ଗାଲି ଅଞ୍ଚଳରେ ଦୀପ ପ୍ରଜ୍ଜ୍ୱଳନ ଏବଂ ମିଷ୍ଟାନ୍ନ ବଣ୍ଟନ

ରେଙ୍ଗାଲି: ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହାକୁ ସମର୍ଥନ କରି ରେଙ୍ଗାଲି ବ୍ଳକର ବିଭିନ୍ନ ପୁରପଲ୍ଲୀରେ ଥିବା ଦେବବାଳୟ ମାନଙ୍କରେ ବିଜେପି ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା। ବିଜେପି ନେତା ଏବଂ କର୍ମୀ ତଥା ଶ୍ରଦ୍ଧାଳୁ ଭକ୍ତମାନେ ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରାଯାଇ ଦୀପ ପ୍ରଜ୍ଜ୍ୱଳନ କରଯାଇଥିବାର ଜଣା ପଡିଛି।

ରେଙ୍ଗାଲି, ଲଇଡା, କତରବଗା, ଝାଙ୍କରପାଲି, କିନାଲୋଇ, ଲପଙ୍ଗା, ଖିଣ୍ଡା, ଠେଲକୋଲୋଇ, ଟାମ୍ପରକେଲା, ତବଡାବାହାଲ, ଘିଚାମୁରା, ଜଙ୍ଗଲା, ସାଳଡ, ବମାଲୋଇ, ନିଶାନଭଙ୍ଗା ଆଦି ସମସ୍ତ ପଞ୍ଚାୟତରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.