ଚୋରା ଚାଲାଣ ବେଳେ ୨୦୦ ଲିଟରରୁ ଅଧିକ ଦେଶୀମଦ ଜବତ: ଜଣେ ଅଟକ

ବାଲେଶ୍ବର: ବାଲେଶ୍ବର ଜିଲା ଖନ୍ତାପଡ଼ା ପୁଲିସ ବୁଧବାର ଚୋରା ଚାଲାଣ ହେଉଥିବା ୨୦୦ ଲିଟରରୁ ଅଧିକ ଦେଶୀମଦ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏହି ଚୋରା ଚାଲାଣ ଗାଡ଼ି ବିଷୟରେ ଖବର ପାଇ ପୁଲିସ ଚିତାପଦ ଛକରେ ଚଢାଉ କରିଥିଲା। ଏହାପରେ ଗାଡ଼ି ଓ ମଦ ସହ ଜଣଙ୍କୁ ଧରି ଥାନାକୁ ନେଇଥିଲା। ଥାନାରେ ସେହି ବ୍ୟକ୍ତିକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

Comments are closed.