ପୁଲିସର ରାତିଅଧିଆ ଚଢ଼ଉ ; ଥାନାରେ ୫ ଅଟକ

ଚନ୍ଦ୍ରଶେଖରପୁର : ବସ୍ତି ଅଞ୍ଚଳକୁ ଅପରାଧୀମୁକ୍ତ କରିବା ଲାଗି କମିସନରେଟ ପୁଲିସ ଆରମ୍ଭ କରିଛି ବସ୍ତି ଅଭିଯାନ। ବସ୍ତିବାସିନ୍ଦା ଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସୁସମ୍ପର୍କ ଗଢିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଅପରାଧିଙ୍କ କାର୍ଯ୍ୟକଳାପ ପୁଲିସର ନିଦ ହଜାଇ ଦେଇଛି। ଅପରାଧୀଙ୍କୁ ଧରିବା ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକାଧିକ ବସ୍ତିରେ ଚଢଉ କରି ୫ଜଣଙ୍କୁଅଟକ ରଖିଛି। ଗତ କିଛିଦିନ ମଧ୍ୟରେ ଛିନତାଇ, ଲୁଟପାଟ, ଚୋରି, ରାହାଜାନି ଆଦି ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବଢି ଚାଲିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଉଥିଲେ। ଅପରାଧୀଙ୍କୁ ଧରିବା ଲାଗି ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଅଭିଯାନ ଆରମ୍ଭ କରିଛି।

Comments are closed.