ଜାତୀୟ ଓ ରାଜ୍ୟ ରାଜପଥରେ ପାଟ୍ରୋଲିଂ ଡ୍ୟୁଟି କରିବେ ଏଏସଆଇ ତଥା ଅଧିକ ପାହ୍ୟାର ପୁଲିସ ଅଫିସର

ଭୁବନେଶ୍ବର : ରାଜ୍ୟ ମଧ୍ୟଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଏଣିକି ହାଇୱେ ପାଟ୍ରୋଲିଂ ଡ୍ୟୁଟି ପାଇଁ ପୁଲିସ ଅଧିକାରୀ ଏବଂ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ତଥା ତା’ଠାରୁ ଅଧିକ ପାହ୍ୟାର ପୁଲିସ ଅଫିସରଙ୍କୁ ନିୟୋଜିତ କରାଯିବ।

ଭୁବନେଶ୍ବର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଳି-ସମ୍ବଲପୁର, ଜଳେଶ୍ବର-ଇଚ୍ଛାପୁରମ୍ ଏବଂ ସମ୍ବଲପୁର-ରାଉରକେଲା ଆଦି ଜାତୀୟ ଓ ରାଜ୍ୟ ରାଜପଥରେ ଏହି ନିୟମ ଲାଗୁ ହେବ। ମୋଟର ଯାନ ଅଧିନିୟମ ୧୯୮୮ (୫୯ ର ୧୯୮୮) ର ଧାରା ୨୦୦ର ଉପ-ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ବାଣିଜ୍ୟ ଓ ପରିବହନ ବିଭାଗ ୨୦୧୯ ସେପ୍ଟେମ୍ବର ୧୯ରେ ପ୍ରକାଶିତ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଏଭଳି ନିଷ୍ପତି ନେଇଛନ୍ତି।

ଏହି ଆଇନର ବିଭିନ୍ନ ଧାରା ଏବଂ ଉପଧାରା ଅନୁଯାୟୀ ଗାଡିଚାଳନା ସମୟରେ ଚାଳକ ମୋବାଇଲ କିମ୍ବା ସେହିଭଳି କିଛି ସରଞ୍ଜାମ ବ୍ୟବହାର କରି କଥା ହେଉଥିଲେ ସଂମ୍ପୃକ୍ତ ଅଧିକାରୀମାନେ ଦଣ୍ଡ ବିଧାନ କରି ପାରିବେ।

Comments are closed.