୨୫ପୁଲିସ ଅଧିକାରୀଙ୍କ ପଦୋନ୍ନତି ଓ ବଦଳି

କଟକ: ରାଜ୍ୟ ପୁଲିସର ୨୫ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହିତ ବଦଳି କରାଯାଇଛି। ଇନ୍ସପେକ୍ଟର ପଦରୁ ଡିଏସପିକୁ ପଦୋନ୍ନତି ପାଇଥିବା ୮ଜଣ ହେଲେ ସୁରେନ୍ଦ୍ରନାଥ ରାୟଗୁରୁଙ୍କୁ ଦୁର୍ନୀତି ନିର୍ବାରଣ ଡିଏସପି, ଜୟଶ୍ରୀ ପ୍ରଧାନଙ୍କୁ ରାୟଗଡ଼ାରୁ କେନ୍ଦୁଝର ମୁଖ୍ୟାଳୟ, ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଆଇବି, ମନୋଜ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚ, ରଞ୍ଜନ କୁମାର ଦେଙ୍କୁ ଏସଡିପିଓ କାମାକ୍ଷାନଗର, ଚିନ୍ତାମଣି ପ୍ରଧାନଙ୍କୁ ସମ୍ବଲପୁରରୁ ବଲାଙ୍ଗିର ଆଇୟୁସିଏଡବ୍ଲ୍ୟୁ, ବିଚିତ୍ରାନନ୍ଦ ସାମଲ ଏବଂ ଭଦ୍ରକରୁ ନବକୃଷ୍ଣ ନାଏକଙ୍କୁ କମିସନରେଟ ପୁଲିସକୁ ବଦଳି ହୋଇଛି। ୭ଜଣ ଡିଏସପି(ଅତିରିକ୍ତ ପୁଲିସ ଆରକ୍ଷୀ ଅକ୍ଷୀକ୍ଷକ) ଯଥାକ୍ରମେ ପ୍ରଶାନ୍ତ କୁମାର ମେହେରଙ୍କୁ ସୁନ୍ଦରଗଡ଼ରୁ ରାଇରଖୋଲ ଏସଡିପିଓ( ଉପଖଣ୍ଡ ପୁଲିସ ଅଧିକାରୀ), ଏଚଆରପିସି ଡିଏସପି ହୃଷିକେଶ ମେହେରଙ୍କୁ କଣ୍ଟାବାଞ୍ଜି ଏସଡିପିଓ, ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କୁ ସଦର ସମ୍ବଲପୁର ଏସଡିପିଓ, ଅନିଲ କୁମାର ବେଉରିଆଙ୍କୁ ଢେଙ୍କାନାଳରୁ ଆନନ୍ଦପୁର ଏସଡିପିଓ, ସୁଦର୍ଶନ ଦାସଙ୍କୁ ନୟାଗଡ଼ରୁ ବେତନଟି ଏସଡିପିଓ, ଖୋର୍ଦ୍ଧାରୁ କୃଷ୍ଣଚନ୍ଦ୍ର ପଲାଇ ଓ ଗଞ୍ଜାମରୁ ଶିବଶଙ୍କର ମହାପାତ୍ରଙ୍କୁ କମିସନରେଟ ପୁଲିସ ଏସିପି ଭାବେ ବଦଳି କରାଯାଇଛି।
ଡିଏସପିରୁ ଅତିରିକ୍ତ ଏସପି ପଦକୁ ପଦୋନ୍ନତି ପାଇଥିବା ୧୦ ଜଣ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଛି। ପ୍ରଫୁଲ୍ଲକୁମାର ମିଶ୍ରଙ୍କୁ ଯାଜପୁର ଡିଆଇବିରୁ ଭିଜିଲାନ୍ସ, ହେମନ୍ତ କୁମାର ପାଢୀଙ୍କୁ କନ୍ଧମାଳରୁ ସୋନପୁର, ବିମଳେନ୍ଦୁ ଶତପଥୀଙ୍କୁ ଓଏଚଆରସିରୁ ଭିଜିଲାନ୍ସ, ରମେଶ ଚନ୍ଦ୍ର ସେଠୀଙ୍କୁ ଭବାନୀପାଟଣାରୁ ଗଞ୍ଜାମ, ଲମ୍ବୋଦର ବୁଦାଙ୍କୁ ରାଉରକେଲାରୁ ଝାରୁସୁଗୁଡା, ଉତ୍କଳ କେଶରୀ ଦାସଙ୍କୁ ସୋନପୁରରୁ କୋରାପୁଟକୁ ବଦଳି ହୋଇଛି। ଏହାସହ ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ମାଲକାନଗିରି ଡିଏସପି ବଳଭଦ୍ର ଦୀପ ଏବଂ କମିସନରେଟ ପୁଲିସ ଏସିପି ତରୁଣ କୁମାର ଦାସଙ୍କୁ ପଦୋନ୍ନତି ପରେ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଛି।

Comments are closed.