ବ୍ୟାଙ୍କରେ କଳାକନା ବୁଲାଇଲେ ; ନଗଦ ଟଙ୍କା ସହ ସବୁ ସୁନା ଲୁଟିଲେ ଲୁଟେରା

ଜଳେଶ୍ୱର : ବାଲେଶ୍ୱର ସ୍ଥିତ ଜଳେଶ୍ୱରରେ ବ୍ୟାଙ୍କରେ କଳାକନା ବୁଲାଇଲେ ଲୁଟେରା। ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ଆଜି ବଡ ଧରଣର ଲୁଟ୍‌‌ ହୋଇଛି। ଖବର ଅନୁଯାୟୀ ପ୍ରାୟ ୭ ରୁ ୮ ଜଣ ଡକାୟତ ପିସ୍ତଲ ଦେଖାଇ ବ୍ୟାଙ୍କରୁ ଲୁଟି ନେଇଛନ୍ତି ନଗଦ ଟଙ୍କା ଓ ସୁନା ଅଳଙ୍କାର। ପ୍ରାୟ ୩୦ ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟି ନେଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟିଛନ୍ତି। ଲୁଟ ପରେ ଲୁଟେରାମାନେ ପଶ୍ଚିମବଙ୍ଗକୁ ଫେରାର ହୋଇଯାଇଥିବା ନେଇ ଖବର ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବ୍ୟାଙ୍କ ତାଲା ଖୋଲିବା ସହ ତଦନ୍ତ ଜାରି ରଖିଛି।

Comments are closed.