ପୁଲିସ ପଦକ ଘୋଷଣା: ସାହସିକତା ପାଇଁ ୯, ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣ ପାଇବେ ପଦକ

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। ଉତ୍କୃଷ୍ଟ ସେବା ପାଇଁ ଆସନ୍ତା ୧୫ ତାରିଖ ଦିନ ୧୧ଟା ୩୦ ମିନିଟ ସମୟରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୁଲିସ ପଦକ ପ୍ରଦାନ କରାଯିବ। ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିବେ। ସାହସିକତା ପାଇଁ ୯ ଜଣଙ୍କୁ ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯିବ।

ସାହସିକତା ପାଇଁ ମାଲକାନଗିରି ଓଏପିଏଫର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ରିଷିକେଶ ଡି ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରା। ସେହିପରି କମିସନରେଟ ପୁଲିସର ଅତିରିକ୍ତ ଉପାୟୁକ୍ତ ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବେ। ଏଥିସହ ଭିଜିଲାନ୍ସ ନିର୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକର ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିସନରେଟର ଏସିପି ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୁଲିସ୍ ପଦକ ପ୍ରଦାନ କରାଯିବ। ପଦକ ପ୍ରଦାନ କାର୍ଯ୍ୟକ୍ରମ‌‌ରେ ଯୋଗଦେବା ପାଇଁ ଆରଟିପିସିଆର ପରୀକ୍ଷା ରିପୋର୍ଟ ସହ ଏନ-୯୫ ତୁଣ୍ଡି ପରିଧାନ ବାଧ୍ୟତାମୂଳକ କରାଯାଇଛି।

Comments are closed.