ରାତି ଅଧରେ ତଦନ୍ତ ଲାଗି ମହିଳାଙ୍କୁ ଡ଼ାକି ଚାକିରି ହରାଇଲେ ପୁଲିସ ବାବୁ

ଜଣେ ମହିଳାଙ୍କୁ ରାତି ଅଧରେ ତଦନ୍ତ ନିମନ୍ତେ ଡ଼ାକିବା ପୁଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ତାମିଲନାଡ଼ୁ ସରକାର ସମ୍ପୃକ୍ତ ପୁଲିସ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଘଟଣାଟି ପେରାମବାଲୁର ଜିଲାର ଏକ ପୁଲିସ ଥାନାରେ ଘଟିଛି ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାତି ଅଧରେ ଜଣେ ମହିଳାଙ୍କୁ ଫୋନ କରିବା, ଥାନାକୁ ଡ଼ାକିବା ଓ କିଛି ଅଶାଳୀନ କଥାବାର୍ତା କରିବା ନେଇ ଆସିଥିବା ଅଭିଯୋଗର ତଦନ୍ତ ହୋଇଛି । ଏଥିରେ କିଛି ସତ୍ୟତା ଥିବା ଜଣାପଡ଼ିଛି । ତେଣୁ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ସମ୍ପୃକ୍ତ ୪୮ ବର୍ଷ ବୟସ୍କ ଇନ୍ସପେକ୍ଟରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା ଓ ଯେଉଁଥିପାଇଁ ତାଙ୍କୁ ପୋନମଲାଇରୁ ପେରାମବାଲୁରକୁ ବଦଳି କରାଯାଇଥିଲା ।

Comments are closed.