କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ

କରୋନାରୁ ସୁସ୍ଥ ହୋଇଥିବା ପୋଲିସ କୋଭିଡ ଯୋଦ୍ଧାଙ୍କ ସହ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟଙ୍କ ଭିଡିଓ କନ୍‌ଫେରେନ୍ସ

କଟକ: ଆଜି ଅପରାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ କୋଭିଡ଼ ଯୋଦ୍ଧାମାନଙ୍କ ସହ କଟକରୁ ଭିଡିଓକନ୍‌ଫେରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ଏହି ବାର୍ତ୍ତାଳାପ କାର୍ୟ୍ୟକ୍ରମରେ ୧୪ଟି ଜିଲ୍ଲାର ପୋଲିସ କୋଭିଡ ଯୋଦ୍ଧାମାନେ ଅଂଶ ଗ୍ରହଣ କରିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଲୋକସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ । ଅନେକ କୋଭିଡ଼ ଯୋଦ୍ଧା ମଧ୍ୟ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନାକରିବାସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣ ଦୃଢତା ଓ ସମର୍ପଣ ମନୋଭାବ ସହ କାର୍ୟ୍ୟ ସଂପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସହରାଞ୍ଚଳ ପୋଲିସ ଜିଲ୍ଲା ଭୁବନେଶ୍ଵର, ସହରାଞ୍ଚଳପୋଲିସ ଜିଲ୍ଲା କଟକ, ଅନୁଗୁଳ, ବ୍ରହ୍ମପୁର,ବଲାଙ୍ଗିରି, କଟକ, ଗଜପତି,ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନୟାଗଡ, ପୁରୀ ଏବଂ ରାଉଲକେଲାପୋଲିସ ଜିଲ୍ଲା ବାର୍ତ୍ତାଳାପ ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ଥିଲେ ।

Comments are closed.