ମାଲକାନଗିରିରେ ପୁଲିସ ମହାନିର୍ଦ୍ଦେଶକ ଅଭୟ, ମାଓ ହିଂସା ହ୍ରାସ ପାଇଥିବା ସୂଚନା

ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏ ଅବସରରେ ସେ ଜିଲ୍ଲାର ପୁଲିସ କୋରନା ଯୋଦ୍ଧାମାନଙ୍କ ସହ ମତ ବିନିମୟ କରି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାରେ ମାଓ ସ୍ଥିତି ଓ ମାଓ ଦମନ ନେଇ ଆଲୋଚନା କରିଛନ୍ତି। ଏ ଅବସରରରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବାପେକ୍ଷା ଜିଲ୍ଲାରେ ମାଓ ହିଂସା ହ୍ରାସ ପାଇଥିବା ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

ତାଙ୍କ ସହ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ରାଧା କିଷ୍ଣନ ଶର୍ମା, ଆଇ.ଜି ଅପରେସନ ଅମିତାଭ ଠାକୁର, ଡି.ଆଇ.ଜି. ଏସ.ଆଇ.ଡବ୍ଲ୍ୟୁ. ଅନିରୁଦ୍ଧ ସିଂହ ଗସ୍ତ କରିଥିବା ବେଳେ ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ, ମାଲକାନଗିରି ଏସ.ପି. ରିଷିକେଶ ଡି. ଖିଲାରୀଙ୍କ ସମେତ ବି.ଏସ.ଏଫ.ର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ପୁଲିସର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି।

Comments are closed.