ଠେଙ୍ଗା ସାନିଟାଇଜ କରୁଛି ପୁଲିସ୍‌

କରୋନା ସଂକ୍ରମଣ ରୋକିବା ପାଇଁ ପୁଲିସ୍‌ ଓ ଡାକ୍ତର ସର୍ବାଧିକ ଉଦ୍ୟମ ଚଳାଇଛନ୍ତି। ଏବେ ଦେଶର ତାଲାବନ୍ଦ ପରିସ୍ଥିତିକୁ ପୁଲିସ୍‌ମାନେ ହିଁ ସମ୍ଭାଳିଛନ୍ତି। ସ୍ପେନ୍‌ରେ ପୁଲିସ୍‌ମାନେ କେବଳ ଆଇନର ରକ୍ଷକ ନହୋଇ ସ୍ଥାନୀୟ ବାସିନ୍ଦାଙ୍କୁ ବିଶ୍ବାସକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଧର, ମାର୍‌ ଓ ପିଟ୍‌ରୁ ତ୍ରାହି ମିଳିଲେ ପୁଲିସ୍‌ ଗଳିଗଳି ବୁଲି ଜନସାଧାରଣଙ୍କ ସେବା କରୁଛନ୍ତି। ନାଚଗୀତ ଦ୍ବାରା ଗାଁକୁ ଗାଁ ବୁଲୁଛନ୍ତି। ଏହାରି ମଧ୍ୟରେ ବି ପୁଲିସ୍‌ମାନେ ଘରୁ ନ ବହାରିବା ପାଇଁ ଲୋକଙ୍କୁ ସତର୍କ କରାଉଛନ୍ତି। ପୁଲିସ୍‌ର ଏକ ଠେଙ୍ଗାକୁ ଅନ୍ୟ ଜଣେ ପୁଲିସ୍‌ ସାନିଟାଇଜର ମାରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comments are closed.