ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ : କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଲାଗିବ ସ୍ପିଡ୍‌ ବ୍ରେକର

ଭୁବନେଶ୍ୱର : କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ସ୍ପିଡ୍‌ ବ୍ରେକର ଲାଗିବ। ଦୁର୍ଘଟଣା ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ। ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍‌ ବ୍ରେକର ଲଗାଇବାକୁ ପୁଲିସ  କମିଶନର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । କଟକ ଭୁବନେଶ୍ୱର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ସେହି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍‌ ବ୍ରେକର ଲଗାଇବାକୁ ଟ୍ରାଫିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗତ ସପ୍ତାହକ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପରେ ସୋମବାର ଟ୍ରାଫିକ ଅଧିକାରୀଙ୍କୁ ପୋଲିସ କମିଶନର ତାଗିଦ କରିଛନ୍ତି । ଇଣ୍ଟରସେପ୍ଟର ମାଧ୍ୟମରେ ଏହି ରାସ୍ତାରେ ବେଗ ନିୟନ୍ତ୍ରଣ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭୁବନେଶ୍ବର-କଟକ ରାସ୍ତାର ଓଭରବ୍ରିଜ୍‌ରେ ରୋଡ୍‌ ବ୍ୟାରିଅର ରଖିବାକୁ ପୁଲିସ କମିଶନର କହିଛନ୍ତି।

Comments are closed.