ମାସ୍କ ପିନ୍ଧିବାକୁ ଚୌଦ୍ୱାର ପୁଲିସ ତରଫରୁ ଚେତାବନୀ

ଚୌଦ୍ୱାର : ଦେଶରେ କରୋନାର ଓମିକ୍ରନ୍ ନମୂନା ମିଳିବା ପରେ କରୋନା ସଂକ୍ରମଣ ଭୟ ବୃଦ୍ଧି ପାଇଛି । ପ୍ରତିଷେଧକ ମୂଳକ ପଦକ୍ଷେପ ସ୍ୱରୂପ ନିୟମିତ ମାସ୍କ ପିନ୍ଧିବା ପାଇଁ ଲୋକ ମାନଙ୍କୁ ପୁଣି ସଚେତନ କରିବା ଅରମ୍ଭ ହୋଇଛି । ଏହି ପରିପ୍ରେକ୍ଷିରେ ଚୌଦ୍ୱାର ପୁଲିସ ତରଫରୁ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ପୁଲିସର ଏକ ପ୍ରଚାର ଗାଡ଼ି ଚୌଦ୍ୱାର ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳ ପରିକ୍ରମା କରି ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ନିୟମିତ ହାତ ଧୋଇବା ଆଦି ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରିବା ସହିତ ରବିବାର ଠାରୁ କଢ଼ାକଢ଼ି ଭାବେ ମାସ୍କ ତନଖି ଆରମ୍ଭ କରାଯିବ ବୋଲି ଚେତାଇ ଦିଆ ଯାଇଛି । ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟକରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.