ମାନବିକତା ଦେଖାଇଲେ ପୁଲିସ ଏଏସ୍‍ଆଇ

ବଲାଙ୍ଗିର: ପୁଲିସ, କେଉଁଠି ଅମାନିଆଙ୍କୁ ସାବାଡ କରୁଛି ତ କେଉଁଠି ଜରିମାନା ଆଦାୟ କରୁଛି। ଲୋକଙ୍କୁ ଘରେ ରହିବା ପାଇଁ ସଚେତନ କରୁଛି। ତେବେ ବଲାଙ୍ଗିର ଜିଲାର ଜଣେ ପୁଲିସ ବାବୁଙ୍କ ସହାୟତା ଯୋଗୁଁ ଜଣେ ଝିଅ ଗୁରୁତର ହେବାରୁ ବର୍ତ୍ତି ଯାଇଛନ୍ତି। ଏ ସଂପର୍କିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୁଲିସ ବାବୁଙ୍କୁ ଚାରି ଆଡୁ ସାବାସି ମିଳୁଛି।

ସୂଚନା ଅନୁସାରେ, ତାଲା ବନ୍ଦ ପାଇଁ ସୋମବାର ରାତିରେ ବଲାଙ୍ଗିର ଜିଲା ତୁଷୁରା ଥାନାର ଏଏସ୍‍ଆଇ ପ୍ରଭୁଦତ୍ତ ପାଢୀ ସହରର ବିଭିନ୍ନ ଅଞ୍ଚଳ ବୁଲୁଥିଲେ। ଏହି ସମୟରେ ତୁଷୁରାର ଜଣେ ଝିଅ ପଡି ଯାଇ ହାତ ଗୁରୁତର ହୋଇଥିବା ଏଏସ୍‍ଆଇ ଶ୍ରୀ ପାଢୀ ଦେଖିଥିଲେ। ତୁରନ୍ତୁ ସାଥୀ ପୁଲିସ କର୍ମଚାରୀଙ୍କୁ କହି ପ୍ରାଥମିକ ଚିକିତ୍ସା କରାଇବା ସହ ହାତରେ ବ୍ୟାଣ୍ଡେଜ୍‍ କରିଥିଲେ। ଝିଅର ସଂପର୍କୀୟଙ୍କୁ ତୁଷୁରା ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ତୁଷୁରା ଡାକ୍ତରଖାନା ବଦଳରେ ଝିଅକୁ ରାତିରେ ହିଁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଏସ୍‍ଆଇ ଶ୍ରୀ ପାଢୀ ପ୍ରାଥମିକ ଚିକିତ୍ସା କରୁଥିବାର ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି। ଉପଯୁକ୍ତ ସମୟରେ ଝିଅ ଜଣଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ନଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଚିକିତ୍ସା କରିଥିବା ଡାକ୍ତର ମତପ୍ରକାଶ କରିଛନ୍ତି।

Comments are closed.