ବିଲେଇକୁ ଗୁଳିକରି ନୃଶଂସ ଯୁବକ ଗିରଫ

ଭୁବନେଶ୍ବର: ବିଲେଇକୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଯୁବକ ଜଣଙ୍କ ପଡିଶା ଘରର ଏକ ପୋଷା ବିଲେଇକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ବିଲେଇର ଏକ୍ସରେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି କି ବିଲେଇ ମୁଣ୍ଡରେ ଗୁଳି ବାଜିଛି।

ଏପରି ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର ୟୁନିଟ-୪ ଅଞ୍ଚଳରେ। ସୂଚନାଅନୁସାରେ ରାଜଧାନୀର ୟୁନିଟ-୪ ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକ ଘରେ ଏକ ପୋଷା ବିଲେଇ ରଖିଥିଲେ। ବୁଧବାର ସକାଳ ସମୟରେ ଏକ ଗୁଳିଫୁଟିବାର  ଶବ୍ଦ ଶୁଣିବାହାରି ଆସିଥିଲେ। ବାହାରେ ଆସିଦେଖିଲେ ତାଙ୍କ ପୋଷା ବିଲେଇଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଚେରି କଡରେ ପଡିଛି। ଏହାପରେ  ତୁରନ୍ତ  ପରିବାର ଳେଶକ ବିଲେଇକୁ ଓୟୁଏଟିକୁ ନେଇଥିଲେ । ସେଠାରେ ବିଲେଇକୁ ମୃତ ଘୋଷଣା କରିଥିଲେ। ବିଲେଇର ମୃତ୍ୟୁପରେ ସୁଶାନ୍ତଙ୍କ ପରିବାର ଏହି ଘଟଣାକୁ ସହଜରେ ନେଇପାରିନଥିଲେ କାରଣ ନୃଶଂସତାର ସୀମା ପାରକରି ପଡିଶା ଯୁବକ ବିଲେଇଟିକୁ ଗୁଳି କରିଥିଲେ।

ଏହାପରେ ସୁଶାନ୍ତ ପିପୁଲ୍ସ ଫର ଆନିମଲ ସଦସ୍ୟଙ୍କୁ ଏହି ଘଟଣା ବିଷୟରେ ଅବଗତ କରିଥିଲେ। ଜଣେ ଉଚ୍ଚ ଶିକ୍ଷିତ ଯୁବକ କିପରି ନିଷ୍ଠୁରଭାବେ ନିରୀହ ପୋଷା ବିଲେଇକୁ ଗୁଳି କରିହତ୍ୟା କଲେ ଏହା ପିପୁଲ୍ସ ଫର ଆନିମଲ ସଦସ୍ୟଙ୍କୁ ଚକିତ କରିଥିଲା। କିନ୍ତୁ ସୁଶାନ୍ତଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ଯୁବକ ଜଣଙ୍କ ଆଗରୁ ଏମିତି ବହୁତ ନିରୀହ ପଶୁ ଏବଂ ପକ୍ଷୀଙ୍କୁ ହତ୍ୟା କରିଛି। ଯୁବକଙ୍କର ଏଭଳି କାରନାମା ଜାଣିବାପରେ ପିପୁଲ୍ସ ଫର ଆନିମଲ ଏବଂ ବିଲେଇର ମାଲିକ ସୁଶାନ୍ତଙ୍କ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ସେହି ଏତଲା ଆଧାରରେ  କ୍ରୁଏଲ ଟୁ ଆନିମଲ ଆକ୍ଟ ଅନୁସାରେ ହତ୍ୟାକାରୀ ଯୁବକକୁ ଗିରଫ କରିଛି।

Comments are closed.