ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ, ୧୪୪ ଜାରି

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ଦିଲ୍ଲୀର ଜାମିଆମିଲିଆ ବିଶ୍ଵବିଦ୍ୟାଳୟ ପରିସରରେ ହିଂସାକାଣ୍ଡ ପରେ ମଙ୍ଗଳବାର ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁର-ଜାଫରାବାଦ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭକାରୀ ପୁଲିସକୁ ପଥରମାଡ଼ କରିବା ସହିତ ଗାଡ଼ିମୋଟର ପୋଡ଼ାଜଳା କରିଥିଲେ। ଏପରି କି ଲୋକମାନେ ପୁଲିସ ବୁଥରେ ନିଆଁ ଲଗାଇବା ସହିତ ପୁଲିସର ବଜ୍ର ବାହାନକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ବୁଧବାର ୬ଜଣଙ୍କୁ ଗିରଫ କରିଛି। ଏହା ସହିତ ହିଂସାରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୁଲିସ ପୁଲିସ ଯୁଗ୍ମ କମିଶନର କହିଛନ୍ତି, ଉତ୍ତର-ପୂର୍ବ ଜିଲାରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି। କୌଣସି ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ କି କୌଣସି ବିକ୍ଷୋଭ ପ୍ରଦର୍ଶନ କରିବେ ନାହିଁ। ଅନ୍ୟପଟେ ପୁଲିସ ପକ୍ଷରୁ ଆଇପିସିର ଧାରା ଅଧୀନରେ  ଦଙ୍ଗାକୁ ଉସୁକାଇବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ୨ଟି ଏତଲା ରୁଜୁ କରାଯାଇଛି।

Comments are closed.