ଆକ୍ସନ ମୁଡ଼ରେ ପ୍ରଶାସନ ଓ ପୁଲିସ ବିଭାଗ; ଅମାନିଆଙ୍କୁ ଜୋରିମାନା

ମୁରିବାହାଲ : ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରଶାସନ ଓ ପୁଲିସର ଅମାନିଆଙ୍କୁ ଫାଇନ ଆଦାୟ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ଦୈନିକ ଖବର କାଗଜ ସମାଜ ଗତ ତା ୬/୧୦/୨୦୨୦ ମୁରିବାହାଲ ସାପ୍ତାହିକ ବଜାର କୋଭିଡ-୧୯ ନିୟମକୁ ଲୋକେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ପ୍ରକାଶ ପାଇବା ପରେ ପ୍ରଶାସନ ଓ ପୁଲିସର ତତ୍ପରତା ପ୍ରକାଶ ପାଇଛି। ସ୍ଥାନୀୟ ତହସିଲଦାର ମାଜିଷ୍ଟ୍ରେଟ ସୋନାଲି  ପାତ୍ର ଓ  ଆଇଆଇସି ତାରା ଜସ୍ମିନ ଗୁରିଆ, ପୁଲିସ ଟିମ  ସହିତ ମିଶି ଗତ ଦୁଇ ଦିନ ମଧ୍ୟରେ ଅମାନିଆଙ୍କ ଠାରୁ ୩  ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିବା ସହିତ ସଚେତନତା ବାର୍ତ୍ତା ଦେଉଥିବା  ଶ୍ରୀମତୀ ପାତ୍ର ପ୍ରକାଶ କରିଛନ୍ତି। ଏହି ପ୍ରକାର ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି।

Comments are closed.