ପୁଲିସ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଉଦଘାଟିତ

ଛତ୍ରପୁର: ଛତ୍ରପୁର ପୁଲିସ ପଡିଆ ଠାରେ ପ୍ରଥମ ଗଞ୍ଜାମ ଜିଲ୍ଲା ପୁଲିସ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଉଦଘାଟିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାକୁ  ବ୍ରହ୍ମପୁର ଏସପି  ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ବାହାନୀରେ ଖେଳକୁଦକୁ ପ୍ରଧାନ୍ୟ ଦେବା ଏବଂ ନିଜନିଜକୁ ଫିଟ ରଖିବା ଏହାର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ତତ୍ତ୍ବାବଧାନ ଅନୁଷ୍ଠିତ ଦୁଇ ଦିନିଆ ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୨୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୦୦ମି, ୨୦୦ମି, ୪୦୦ମି, ରିଲେ ରେସ, ସଟ ପୁଟ୍, ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେବେସନାରୀ ଆଇପିଏସ ଅଭିଳାଷ ଜି, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ସମୁୟଲ ପ୍ରଧାନ, ଅଜୟ କୁମାର ମିଶ୍ର, ଆରଆଇ ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଏସଡିପିଓ ଗୌତମ କିଷାନଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.