ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମିଳନୀର ପୂର୍ବତନ ସାଧାରଣ ସମ୍ପାଦକ କବି ଅଶୋକ ମହାନ୍ତିଙ୍କ ବିୟୋଗ ରେ ଶୋକ

ପାଟଣା – ରାଜ୍ୟର ଜଣେ ଚିତ୍ରଶିଳ୍ପୀ ଓ କବି ଭାବେ ସୁପରିଚିତ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ପୂର୍ବତନ ସାଧାରଣ ସମ୍ପାଦକ ଅଶୋକ କୁମାର ମହାନ୍ତି ଙ୍କ ବିୟୋଗ ରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲାର ପାଳିଆବିନ୍ଧା ରେ ଜନ୍ମିତ ଶ୍ରୀ ମହାନ୍ତି କଳା ଶିକ୍ଷକ ଭାବେ ତିହିଡି ଓ ହଦଗଡ଼ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେ ସେ ବହୁ ସାହିତ୍ୟ ଓ କଳା ସଂଗଠନ ସହ ଜଡ଼ିତ ଥିଲେ।

ତାଙ୍କର ଏକାଧିକ କବିତା ପୁସ୍ତକ ପାଠକଙ୍କ ମନକୁ ଜୟ କରିଥିଲା। ଆଜି ସକାଳୁ ୬୭ ବର୍ଷ ବୟସରେ ତାଙ୍କର ବିୟୋଗ କଳା ଓ ସାହିତ୍ୟ ଜଗତ କୁ ସ୍ତବ୍ଧ କରିଦେଇଛି। ତାଙ୍କ ବିୟୋଗ ରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ଉପଦେଷ୍ଟା ଡ଼କ୍ଟର ରାଧାରଞ୍ଜନ ପଟ୍ଟନାୟକ ଓ କବି ଅଚ୍ୟୁତାନନ୍ଦ ସାମଲ ,ସଭାପତି ନୃସିଂହ ନାଥ ସିଂହ,କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଡ଼କ୍ଟର ଭାଗବତ ଲେଙ୍କା, ଇଟିକିଲି ମିଟିକିଲି ସମ୍ପାଦକ ଶରତ କୁମାର ନାୟକ ପ୍ରମୁଖ ବହୁ କବି ଓ ଚିତ୍ରଶିଳ୍ପୀ ଅଗଣିତ ଶୁଭେଚ୍ଛୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।

Comments are closed.