ପୋକୋ ଏଫ-୧ର ୧୨୮ଜିବି ମଡ଼େଲରେ ମିଳିବ ୨ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଶିଓମିର ସ୍ମାର୍ଟଫୋନ ପୋକୋ ଏଫ୍‍-୧ଫୋନରେ ୨ହଜାର ଟଙ୍କାର ରିଆତି ଦିଆଯିବ। କମ୍ପାନୀ ତରଫରୁ ଏହି ଘୋଷଣା କରାଯାଇଛି। ପୋକୋ ଏଫ୍‍-୧ର ୬ଜିବି ରାମ ଏବଂ ୧୨୮ଜିବି ମଡ଼େଲରେ ଏହି ରିଆତି ମିଳିବ। ୨ହଜାର ଟଙ୍କାର ରିଆତି ସହିତ ଏହି ଫୋନକୁ ୨୦ହଜାର ୯୯୯ଟଙ୍କା ମୂଲ୍ୟରେ କ୍ରୟ କରିପାରିବେ। ଭାରତରେ ଗତବର୍ଷ ଅଗଷ୍ଟ ମାସରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ଏହାର ୬ଜିବି ରାମ ସହିତ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୯ହଜାର ୯୯୯ଟଙ୍କା ଏବଂ ଏହାର ୮ଜିବି ରାମ ସହିତ ୨୫୬ଜିବି ଷ୍ଟୋରେଜର ମୂଲ୍ୟ ୨୭ହଜାର ୯୯୯ଟଙ୍କା। ଫୋନଟି ନୂଆ ମୂଲ୍ୟରେ ଅନଲାଇନ ଷ୍ଟୋର ଫ୍ଲିପକାର୍ଟ, ଏମଆଇ ଡ଼ଟ୍‍ କମ, ଏମଆଇ ହୋମରେ ଉପଲବ୍ଧ ରହିଛି।

pic courtesy-hindustan times

ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୧୮ଇଞ୍ଚର ଫୁଲ ଏଚ୍ଡି ପ୍ଲସ ଡିସପ୍ଲେ ମିଳିବ ଯାହାର ଆସପେକ୍ଟ ରେଶିୟୋ ୧୮.୭:୯ରହିଛି। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧, ସ୍ନାପଡ୍ରାଗନ ୮୪୫ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୩୦ଜିପିୟୁ, ୬/୮ଜିବି ରାମ ଏବଂ ୬୪/୧୨୮/୨୫୬ଜିବିର ଷ୍ଟୋରେଜ ମିଳିବ। ଏହାବ୍ୟତୀତ ଫୋନରେ ଲିକ୍ଟିଡ ଫୁଲ କୁଲିଙ୍ଗ ସିଷ୍ଟମ ଏବଂ ଫିଙ୍ଗରପ୍ରିଣ୍ଟ ସସେନସର ଦିଆଯାଇଛି। ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ ଲେନ୍ସ ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରାରେ ଏଆଇ ସପୋର୍ଟ ରହିଛି। ରିୟର କ୍ୟାମେରାରେ ୪କେ ଭିଡିଓ ରେକର୍ଡ କରିପାରିବେ। ସେହିଭଳି ଆଗପଟ କ୍ୟାମେରାରେ ପୋଟ୍ରେଟ ମୋଡ, ବ୍ୟୁଟିଫାଇ ମୋଡ ଏବଂ ଅନ୍ୟ ଫିଚର ମିଳିବ।

pic courtesy-techlomedia gadgets

ସଂଯୋଗ ପାଇଁ ଫୋନରେ ଡୁଆଲ ସିମ ସେପୋର୍ଟ, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍, ୩.୫ଏମ୍ଏମ୍ର ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ ସି ମିଳିବ। ଫୋନରେ ୪୦୦୦ଏମ୍ଏଚର ବ୍ୟାଟେରୀ ଏବଂ କ୍ୱାଲାକମର କ୍ୱିକ ଚାର୍ଜ ୩.୦ଫାଷ୍ଟ ଚାର୍ଜିଙ୍ଗର ମଧ୍ୟ ସପୋର୍ଟ ମଳିବ।

Comments are closed.