ପିଏମ କେୟାର୍ସ ପାଣ୍ଠି ସୂଚନା ଦେବାକୁ ମନାକଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆରଟିଆଇ ଆକ୍ଟ ଅନୁଯାୟୀ ଏହା ସରକାରୀ ପ୍ରାଧିକରଣ ନୁହେଁ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ଅଧୀନରେ ପିଏମ କେୟାର୍ସ ପାଣ୍ଠି ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କହିଛି। ସୂଚନା ଅଧିକାର ଆଇନ, ୨୦୦୫ର ଧାରା ୨(ଏଚ) ଅନୁଯାୟୀ ଏହି ପାଣ୍ଠି ଏକ ସରକାରୀ ପ୍ରାଧିକରଣ ନୁହେଁ ତେଣୁ ସେ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ ଆଇନତଃ ସିଦ୍ଧ ନୁହେଁ ବୋଲି ପିଏମଓ କହିଛି।

ହର୍ଷ ପିଏମ୍ କେୟାର୍ସ ପାଣ୍ଠି ଗଠନ ବେଳେ ହୋଇଥିବା ଟ୍ରଷ୍ଟ ଡିଡ଼ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଦଲିଲର କପିର ନକଲ ପାଇଁ ଆବେଦନ କରିଥିଲେ। ତେବେ ଏ ସମ୍ପର୍କରେ ଅଧିକ ସୂଚନା pmcares.gov.in ୱେବସାଇଟରେ ମିଳିପାରିବ ବୋଲି କୁହାଯାଇଛି।

Comments are closed.