ବିରୋଧୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ସରକାର; ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଷ୍ଟିକରରେ ବଦଳିବ ଲୋଗୋ

ଭୁବନେଶ୍ଵର : ଶେଷରେ ବିରୋଧୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁଭଳି ଭାବରେ ପୋଷ୍ଟର ଓ ଷ୍ଟିକରରେ ଲେଖାଥିଲା ସେଥିରେ ପରିବର୍ତ୍ତନ ଆଣିଛି ପଞ୍ଚାୟତିରାଜ ବିଭାଗ । ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏହି ମର୍ମରେ ଏକ ଚିଠି ସବୁ ଜିଲ୍ଲାପାଳଙ୍କ ନିକଟକୁ ଲେଖିଛନ୍ତି । ଯେଉଁଥିରେ ତୁରନ୍ତ ଲୋଗୋ ବଦଳାଇବାକୁ କୁହାଯାଇଛି । ନୂଆ ଲୋଗୋ ମଧ୍ୟ ଚିଠିରେ ଦିଆଯାଇଛି । ନୂଆ ଲୋଗୋରେ କେନ୍ଦ୍ରୀୟ ଯୋଜନାର ସ୍ପଷ୍ଟ ଲେଖାଯାଇଛି । ପୂର୍ବରୁ ପ୍ର. ଆ. ଯୋ ଥିଲା । ଏହା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଇଛି ।
ଆଜି ବିଜେପି ପକ୍ଷରୁ ସାରା ରାଜ୍ୟ ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦାଏର ହୋଇଛି

Comments are closed.