ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୮୦ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହି ଦୁଇ ଦିନିଆ ସମ୍ମିଳନୀ ଗତକାଲି ଗୁଜୁରାଟର କେଭାଡିଆରେ ଆରମ୍ଭ ହୋଇଥିଲା। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବାଚସ୍ପତି ଓମ ବିର୍ଲା ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି।

୧୯୨୧ ମସିହାରେ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର ସମ୍ମିଳନୀ ଆରମ୍ଭ ହୋଇଥିଲା ଏବଂ ଗୁଜୁରାଟରେ ଏହାର ଶତବାର୍ଷିକୀ ପାଳନ କରିଥାଏ। ଚଳିତ ବର୍ଷର ସମ୍ମିଳନୀ ପାଇଁ ବିଷୟବସ୍ତୁ ହେଉଛି ‘ବିଧାନସଭା, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ ସୁସଙ୍ଗତ ସମନ୍ୱୟ – ଏକ ପ୍ରଭାବୀ ଗଣତନ୍ତ୍ରର ନୀତି’।

Comments are closed.