ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ଗୁଲାବ’ ପରିସ୍ଥିତି ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କେତେକ ଅଞ୍ଚଳରେ ବାତ୍ୟା ‘ଗୁଲାବ’ ପରିସ୍ଥିତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ ଯୋଗେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଓଡିଶାର କେତେକ ଅଞ୍ଚଳରେ ଘୂର୍ଣ୍ଣିଝଡ ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କ ସହିତ ଆଲୋଚନା ହୋଇଥିଲା। ଏହି ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାରେ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି। ସମସ୍ତଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି ।”

Comments are closed.