ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରି ଦେଇଛି। ତାଙ୍କ ମୃତ୍ୟୁରେ ପ୍ରତ୍ୟେକ କ୍ଷେତ୍ରର ସେଲିବ୍ରିଟିମାନେ ଦୁଃଖିତ ହୋଇପଡ଼ିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ’ସୁଶାନ୍ତ ସିଂ ରାଜପୁତ … ଜଣେ ଉଜ୍ଜ୍ୱଳ ଯୁବ ଅଭିନେତା ଯିଏ ଆମକୁ ଖୁବ୍ ଶୀଘ୍ର ଛାଡିଦେଇ ଚାଲିଗଲେ। ସେ ଟିଭି ଏବଂ ଚଳଚ୍ଚିତ୍ରରେ ବହୁତ ଭଲ କାମ କରିଥିଲେ। ମନୋରଞ୍ଜନ ଜଗତରେ ତାଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରଭାବିତ କରିଛି ଏବଂ ସେ ଅନେକ ସ୍ମରଣୀୟ ଅଭିନୟ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା। ଓମ୍ ଶାନ୍ତି। ’
’କାଇ ପୋ ଛେ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ସୁଶାନ୍ତ ସିଂ ରାଜପୁତ ଅନେକ ଉଜ୍ଜ୍ୱଳ ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ବଲିଉଡ ତାଙ୍କୁ ଖୋଲାଖୋଲି ସ୍ୱାଗତ କରିଥିଲା।ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ “ଏମଏସ ଧୋନି ଦି ଅନଟୋଲ୍ଡ ଷ୍ଟୋରି” ତାଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ହୋଇଥିଲା।। ସେ ୟଶ୍ ରାଜ ବ୍ୟାନରରେ ନିର୍ମିତ ’ଶୁଦ୍ଧ ଦେଶୀ ରୋମାନ୍ସ’ ସମେତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Comments are closed.