ହନୁମାନ ମନ୍ଦିର ରୋପ୍ୟ ଜୟନ୍ତୀ ଉତ୍ସବ ଅବସରରେ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେର ପାଲି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତିରେ ରୋପ୍ୟ ଜୟନ୍ତୀ ପାଳିତ ହେଉଅଛି। ଏହି ଅବସରରେ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଆଜି କଳସ ଯାତ୍ରା ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ଶ୍ରୀରାମ ବାବା ମଠ ଠାରୁ ୫୦୧ଟି କଳସର ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇ ଟୋପର ଦୁଲୁଦୁଲି, ଡୁଙ୍ଗୁରିପାଲି ଘଣ୍ଟା ବାଦ୍ୟ ଓ ଲଦର୍ ପାଲି ଗ୍ରାମର ସଙ୍କୀର୍ତ୍ତନ ଦଳ ସହ ସୁବିଜ୍ଞ ପଣ୍ଡିତ ମାନଙ୍କ ବେଦ ପଠନ ପୂର୍ବକ ହୁଳହୁଳି ହରିବୋଲର ତାଳେ ତାଳେ ନଗର ପରିକ୍ରମା ସହ ପୂର୍ଣ୍ଣ କଳସକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ପଞ୍ଚକୁଣ୍ଡୀୟ ଯଜ୍ଞ ପାଇଁ କର୍ତ୍ତା ଆସନରେ ପାଞ୍ଚ ଯୋଡି ସପତ୍ନିକ ସତ୍ୟାନନ୍ଦ ପ୍ରଧାନ, ପତ୍ନୀ ଭୂମିଶୁତା ପ୍ରଧାନ, କୈଳାସ ବାସ ପ୍ରଧାନ, ପତ୍ନୀ ସନ୍ତୋଷିନି ପ୍ରଧାନ, ଜୟନ୍ତ ପ୍ରଧାନ, ପତ୍ନୀ ମିନା ପ୍ରଧାନ, ହୃଷୀକେଶ ଗଡତୀୟା ସପତ୍ନିକ ମିନାକ୍ଷୀ ଗଡତୀୟା, ଗଜାନନ ଭୂଏ ସପତ୍ନିକ ରାଜ୍ କୁମାରୀ ଭୂଏ। ଏହି କର୍ତ୍ତାମାନେ ୨୬ ତାରିଖ ପର୍ଯ୍ୟନ୍ତ କର୍ତ୍ତା ଦାୟିତ୍ବରେ ରହିବେ।

ପୂଜାକାର୍ଯ୍ୟ ପାଇଁ ଆଚାର୍ଯ୍ୟ ସଞ୍ଜୟ ଦାଶ, ପ୍ରତ୍ୟୁଷ ରଥ, ରାକେଶ ମିଶ୍ର, ପୁରୁଷୋତ୍ତମ ଦାଶ, ଲଳିତ ତ୍ରିପାଠୀ, ବିକ୍ରମ ସୁସlରୀ, ଅଜୟ ମହାପାତ୍ର, ଜ୍ୟୋତିପ୍ରକାଶ ପଣ୍ଡା ଓ ଦିଲୀପ ରଥ ପଣ୍ଡିତ ରୂପେ ବରଣ ହୋଇଛନ୍ତି। ପ୍ରତ୍ୟହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ରହିଥିବା ବେଳେ ବିଭିନ୍ନ ପ୍ରକାର ଆକର୍ଷଣୀୟ ମନୋରଂଜନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ପ୍ରଧାନ, ଦୟାନିଧି ପ୍ରଧାନ, ଦିଲୀପ ସାହୁ, ସାରଥୀ ସାହୁ, ଶ୍ୟାମଲାଲ ସାହୁ, ଟଙ୍କଧର ପ୍ରଧାନଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଛି।

Comments are closed.