ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। କଟକର ଜବାହରଲାଲ୍‍ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‍ ସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଓ କିଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ କିରେନ୍‍ ରିଜିଜୁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କ୍ରୀଡ଼ାବିତ୍‍ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ଅନ୍ୟୂନ ୩ ହଜାର ୪୦୦ କ୍ରୀଡ଼ାବିତ୍‍ ୧୭ଟି ବର୍ଗରେ ଅଂଶଗ୍ରହଣ କରିବେ। ଷଷ୍ଠ ଦଳଗତ ପ୍ରତିଯୋଗିତା ଭାବେ ରଗ୍‍ବି ଏଥିରେ ସ୍ଥାନ ପାଇଛି। ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ –

ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ୧୯୧ ଜଣ ପ୍ରତିଯୋଗୀଙ୍କ ସହ ଅମୃତସରସ୍ଥିତ ଗୁରୁନାନାକ ବିଶ୍ୱବିଦ୍ୟାଳୟର ବହୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଖେଲୋ ଇଣ୍ଡିଆରେ ତୀରଚାଳନା, ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, ଅଶୀଚାଳନା, ଜୁଡୋ, ସନ୍ତରଣ, ଭାରୋତ୍ତଳନ, କୁସ୍ତି, ବ୍ୟାଡ୍‍ମିଣ୍ଟନ, ବାସ୍କେଟ୍‍ବଲ୍‍, ଫୁଟ୍‍ବଲ୍‍, ହକି, ଟେବୁଲ୍‍ ଟେନିସ୍‍, ଟେନିସ୍‍, ଭଲିବଲ୍‍, ରଗ୍‍ବି ଏବଂ କବାଡ଼ି ସ୍ଥାନ ପାଇଛି।

Comments are closed.