ରାଜ୍ୟଗୋଷ୍ଠୀ ପଦକ ବିଜେତାମାନଙ୍କୁ ଆଜି ଆପ୍ୟାୟିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପଦକ ବିଜେତାମାନଙ୍କୁ ଆପ୍ୟାୟିତ କରିବେ । ସମ୍ପ୍ରତି ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା-୨୦୨୨ରେ ଭାରତୀୟ ପ୍ରତିଯୋଗୀମାନେ ମୋଟ୍‍ ୬୧ଟି ପଦକ ହାସଲ କରିଛନ୍ତି ।
ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍‍ ପଦକ ରହିଛି । ଗତମାସ ୨୮ ତାରିଖରୁ ବର୍ମିଂହାମ୍‍ଠାରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ଗତ ୮ ତାରିଖରେ ଶେଷ ହୋଇଛି । ଏଥିରେ ପ୍ରାୟ ୨୦୦ ଭାରତୀୟ ପ୍ରତିଯୋଗୀ ୧୬ଟି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ ।

Comments are closed.