“ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କରିବେ। ସେ ‘ଇ-ଗୋପାଲା’ ଆପ୍ ର ମଧ୍ୟ ଶୁଭାରମ୍ଭ କରିବେ। ଏହି ଆପ୍କୁ କୃଷକ ଓ ଗୋପାଳକମାନେ ସିଧାସଳଖ ବ୍ୟବହାର କରିପାରିବେ। ଏହି ଅବସରରେ ବିହାରର ମତ୍ସ୍ୟପାଳନ ଓ ପଶୁ ପାଳନ କ୍ଷେତ୍ରରେ ଆହୁରି ଅନେକ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯିବ।
“ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା” ଦେଶରେ ମାଛ ଚାଷ ଏବଂ ଉତ୍ପାଦନ କ୍ଷେତ୍ରରେ ନିରନ୍ତର ବିକାଶ ହାସଲ ପାଇଁ ସରକାରଙ୍କର ଏକ ପ୍ରମୁଖ ଯୋଜନା। ଏହି ଯୋଜନା ବାବଦରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା
ମତ୍ସ୍ୟ ଚାଷ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ପୁଞ୍ଜିନିବେଶ। ୨୦୨୪-୨୫ ସୁଦ୍ଧା ଆଉ ଅତିରିକ୍ତ ୭୦ ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।