ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କଲା ଏହି ପଦ୍ଧତି, ଆପଣାଇବାକୁ ମୋଦୀ ଦେଲେ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କରୋନା ସହିତ ଲଢିବା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ……

-ସକାଳେ ୧୦ ଗ୍ରାମ ଅର୍ଥାତ୍ ଏକ ଚାମଚ ଚ୍ୟୱନପ୍ରାଶ୍ ଖାଆନ୍ତୁ। ଯଦି ଆପଣ ମଧୁମେହ ରୋଗୀ, ତେବେ ସୁଗାର-ଫ୍ରି ଚ୍ୟୱନପ୍ରାଶ୍ ଖାଆନ୍ତୁ।

– ଅଧା ଚାମଚ ହଳଦୀ ପାଉଡରକୁ ୧୫୦ ମିଲି ଲିଟର ଉଷୁମ କ୍ଷୀରରେ ମିଶାଇ ଦିନରେ ଥରେ କିମ୍ବା ଦୁଇ ଥର ପିଅନ୍ତୁ।

-ତୁଳସୀ, ଡାଲଚିନି, ଗୋଲମରିଚ ଗୁଣ୍ଡ, ଶୁଖିଲା ଅଦା ବା ସୁଣ୍ଠିରେ ପ୍ରସ୍ତୁତ ହର୍ବାଲ ଚା କିମ୍ବା କାଢା ଦିନକୁ ଥରେ ବା ଦୁଇଥର ପିଅନ୍ତୁ। ଏଥିରେ ଗୁଡ କିମ୍ବା ଲେମ୍ବୁ ରସ ମିଶାଇ ପାରିବେ।

-ଦିନସାରା ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ।

– ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ କରିବାକୁ କୁହାଯାଇଛି। ଏହା ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ କରିଥାଏ।

-ପ୍ରତିଦିନ ରୋଷେଇରେ ହଳଦୀ, ଜିରା, ଧନିଆ ଏବଂ ରସୁଣ ବ୍ୟବହାର କରିବାକୁ କୁହାଯାଇଛି।

-ଯଦି ଆପଣଙ୍କର ଗଳା ଯନ୍ତ୍ରଣା ହେଉଛି, ତେବେ ଆପଣ ଗରମ ପାଣିରେ ପୁଦିନ ପତ୍ର ଏବଂ ଜୁଆଣି ମିଶାଇ ବାମ୍ପ ନେଇ ପାରିବେ।

-ଏହା ବ୍ୟତୀତ ଲବଙ୍ଗ ପାଉଡର ସହ ଚିନି କିମ୍ବା ମହୁ ସହିତ ମିଶାଇ ଦିନକୁ ୨-୩ ଥର ସେବନ କରିପାରିବେ।

-ଯଦି ଗଳାରେ ଯନ୍ତ୍ରଣା କିମ୍ବା ଶୁଖିଲା କାଶ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ପାଖକୁ ତୁରନ୍ତ ଯିବାକୁ ପରାମର୍ଶ ଦିଆଯାଇଛି।

-ଏକ ଚାମଚ ରାଶି ତେଲ କିମ୍ବା ନଡିଆ ତେଲରେ ଗାର୍ଗଲ୍ କରିବା ପରେ ଉଷୁମ ପାଣିରେ କୁଳି କରନ୍ତୁ।

ଏହି ଟିପ୍ସକୁ ନିଜେ କାର୍ଯ୍ୟକାରୀ କରିବା ସହିତ ଅନ୍ୟକୁ ପରାମର୍ଶ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.