ପୁଲିସ୍‍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲିସ୍‍ ସ୍ମାରକୀ ଦିବସ ଅବସରରେ ସମସ୍ତ ପୁଲିସ୍‍ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଅଭିବାଦନ ଜଣାଇଛନ୍ତି ଓ ଦେଶପାଇଁ ପ୍ରାଣବଳି ଦେଇଥିବା ପୁଲିସ୍‍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟ୍‍ କରି ମୋଦୀ କହିଛନ୍ତି, ପୁଲିସ୍‍ କର୍ମଚାରୀମାନେ ଅତ୍ୟନ୍ତ ନିଷ୍ଠାପରତାର ସହ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି ଓ ସେମାନଙ୍କର ସାହସିକ କାର୍ଯ୍ୟ ସର୍ବଦା ଲୋକମାନଙ୍କୁ ଅନୁପ୍ରାଣିତ କରିଆସୁଛି।

ସେ କହିଛନ୍ତି, ଗତବର୍ଷ ଜାତୀୟ ପୁଲିସ୍‍ ସ୍ମାରକୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଏହା ପୁଲିସ୍‍ ଯବାନମାନଙ୍କର ବୀରତ୍ୱ ଓ ସାହସିକତା ବିଷୟରେ ଆମକୁ ସ୍ମରଣ କରାଇବ।

Comments are closed.