ଆମକୁ ସମୟ ସହିତ ବଦଳିବାକୁ ପଡିବ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ପ୍ରକଳ୍ପ, ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂକୃତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍‍ କାରଖାନା ଅନ୍ତର୍ଭୁକ୍ତ। କଚ୍ଛର ମାଣ୍ଡବିଠାରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା କାରଖାନା ସ୍ଥାପନ କରାଯିବ। ଏ ଦିଗରେ ଗୁଜରାଟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି କାରଖାନାରୁ ଦୈନିକ ୧୦କୋଟି ଲିଟର ମଧୁର ଜଳ ପ୍ରସ୍ତୁତ କରାଯିବ। ଏହାଦ୍ୱାରା ରାଜ୍ୟର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଘଟିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିନେ ସମୟ ଥିଲା ଯେତେବେଳେ ଗୁଜୁରାଟର ଲୋକମାନଙ୍କର ଏକ ସାଧାରଣ ଦାବି ରହିଥିଲା ଏବଂ ତାହା ଥିଲା ଯେ ସେମାନେ ରାତ୍ରି ଭୋଜନ ସମୟରେ ବିଦ୍ୟୁତ୍ ପାଇବେ। ସେ କହିଛନ୍ତି, ଗୁଜୁରାଟରେ ଏବେ ସମୟ ବଦଳିଛି। ଗୁଜୁରାଟର ଆଜିର ଯୁବକମାନେ ପୂର୍ବ ଦିନର ଅସୁବିଧା ବିଷୟରେ ଅବଗତ ନୁହଁନ୍ତି। ଗତ କୋଡିଏ ବର୍ଷ ମଧ୍ୟରେ ଗୁଜୁରାଟ କୃଷକଙ୍କ ପାଇଁ ଅନେକ ଯୋଜନା କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ସୌର ଶକ୍ତି କ୍ଷମତାକୁ ମଜବୁତ କରିବା କ୍ଷେତ୍ରରେ ଗୁଜୁରାଟ ସର୍ବପ୍ରଥମ ରାଜ୍ୟ। ଏକବିଂଶ ଶତାବ୍ଦୀରେ ଶକ୍ତି ସୁରକ୍ଷା ଏବଂ ଜଳ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୁଚର ଜଳ ସମସ୍ୟାକୁ କିଏ ଭୁଲି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେତେବେଳେ ନର୍ମଦା ଜଳକୁ କୁଚକୁ ଆଣିବା ବିଷୟ କୁହାଯାଇଥିଲା ସେତେବେଳେ ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇନଥିଲେ। ବର୍ତ୍ତମାନ ନର୍ମଦା ଜଳ କୁଚରେ ପହଞ୍ଚିଛି ଏବଂ ମା’ ନର୍ମଦାଙ୍କ ଆଶୀର୍ବାଦରେ କୁଚ୍ ଅଗ୍ରଗତି କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ସମୟ ସହିତ ବଦଳିବାକୁ ପଡିବ ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବାକୁ ପଡିବ। ଏହି ପରିପ୍ରେକ୍ଷୀରେ ସେ କୁଚର ଚାଷୀଙ୍କୁ ପ୍ରଶଂସା କରିଛନ୍ତି। ସେଠାକାର କୃଷକମାନେ ବିଦେଶକୁ ଫଳ ରପ୍ତାନି କରୁଛନ୍ତି। ଏହା ଆମ କୃଷକଙ୍କ ଅଭିନବ ଉତ୍ସାହକୁ ସୂଚିତ କରୁଛି ବୋଲି ସେ କହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜୁରାଟରେ କୃଷି, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗ ଉନ୍ନତି କରିଛି। ଏହାର କାରଣ ହେଉଛି ସରକାରଙ୍କ ସର୍ବନିମ୍ନ ହସ୍ତକ୍ଷେପ। ଗୁଜୁରାଟ ଯାହା କରିଛି ତାହା ହେଉଛି କୃଷକ ଏବଂ ସମବାୟ ସମିତିକୁ ସଶକ୍ତ କରିବା।

ଦେଶରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ଲକ୍ଷ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଯେଉଁ କୃଷି ସଂସ୍କାର ଘଟିଛି ତାହା ହେଉଛି କୃଷକ ସଂଗଠନ ଏବଂ ବିରୋଧୀ ଦଳର ବହୁ ବର୍ଷର ଦାବି। ଭାରତ ସରକାର କୃଷକ କଲ୍ୟାଣ ପାଇଁ ସର୍ବଦା ପ୍ରତିବଦ୍ଧ ଏବଂ ଆମେ ସେମାନଙ୍କ ସମସ୍ୟାକୁ ସମାଧାନ କରି କୃଷକମାନଙ୍କୁ ନିଶ୍ଚିତ କରିବୁ ବୋଲି ମୋଦୀ କହିଛନ୍ତି।

ଗୁଜରାଟ ପର୍ଯ୍ୟଟନ ମନ୍ତ୍ରୀ ବାସନ ଭାଇ ଅହିର କହିଛନ୍ତି ହାଇବ୍ରିଡ ପୁର୍ନବ୍ୟବହାରକ୍ଷମ ଶକ୍ତି ପାର୍କ ୩୦ ଜିଗାୱାଟ୍‍ ସୌରଶକ୍ତି ଓ ପବନ ଶକ୍ତି ଉତ୍ପାଦନ କରିବ। ସେ କହିଛନ୍ତି ଏଥିପାଇଁ ଗୁଜରାଟ ସରକାର ବହୁ ପଡ଼ିଆ ଜମି ଦେଇଛନ୍ତି। ସୌରଶକ୍ତି ପ୍ୟାନେଲ ଓ ପବନ ଶକ୍ତି ମିଲ୍‍ମାନ ସ୍ଥାପନ କରିବାକୁ ଉଭୟ ରାଷ୍ଟ୍ରାୟତ୍ତ ଓ ବେସରକାରୀ କ୍ଷେତ୍ରର କମ୍ପାନୀମାନଙ୍କୁ ଜମି ଯୋଗାଇ ଦିଆଯିବ। ସେହି ଶକ୍ତି ଗ୍ରୀଡ଼୍‍ ଗୁଡ଼ିକୁ ଭାରତୀୟ ବିଦ୍ୟୁତ୍‍ ଗ୍ରୀଡ୍‍ ନିଗମ ବିଜୁଳିଶକ୍ତି ଯୋଗାଇବାର ବ୍ୟବସ୍ଥା କରିବ।

Comments are closed.