ଭାରତରତ୍ନ ମଦନମୋହନ ମାଲବୀୟଙ୍କୁ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍‍ ଭାରତରତ୍ନ ମଦନମୋହନ ମାଲବୀୟଙ୍କୁ ଆଜି ଜନ୍ମବାର୍ଷିକୀରେ ଦେଶ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ସଂସଦର କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଶିକ୍ଷାବିତ୍‍ ପଣ୍ଡିତ ମଦନମୋହନ ମାଲବୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ମାଲବୀୟ ତାଙ୍କର ସାରା ଜୀବନ ସାମାଜିକ ସଂସ୍କାର ଏବଂ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ପଣ୍ଡିତ ମାଲବୀୟଙ୍କ ଦେଶପ୍ରତି ଅବଦାନ ଆଗାମୀ ପିଢ଼ୀକୁ ପ୍ରେରଣା ଯୋଗାଇବ।

ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା, ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଏକ ଦୃଢ଼ ତଥା ଶିକ୍ଷିତ ଭାରତ ଗଠନ କରିବା ଦିଗରେ ପଣ୍ଡିତ ମାଲବୀୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ ଦିଗରେ ପଣ୍ଡିତ ମାଲବୀୟଙ୍କ ଭୂମିକା ଅନସ୍ୱିକାର୍ଯ୍ୟ।

Comments are closed.