ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିଛି ଗଣମାଧ୍ୟମ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଗଣମାଧ୍ୟମ କୋଭିଡ-୧୯ ସଂକ୍ରମଣ ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରି ଅଦ୍ଭୂତପୂର୍ବ କାର୍ଯ୍ୟ କରିଛି। ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟର ବିଶ୍ଳେଷଣ କରିବା ସହ ବିଭିନ୍ନ ତୃଟିକୁ ଲୋକଲୋଚନକୁ ଆଣିଛି। ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜୟପୁରରେ ପତ୍ରିକା ଗେଟ୍‍କୁ ଉଦ୍‍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁସ୍ତକ ପାଠ କରିବାର ଅଭ୍ୟାସ ବଜାୟ ରଖିବାକୁ ନୂଆ ପିଢ଼ିକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନୂଆ ଘରଟିଏ ନିର୍ମାଣ କରିବା ସମୟରେ ପୁସ୍ତକ ପାଇଁ ଏକ ସ୍ଥାନ ରଖାଯିବା ଆବଶ୍ୟକ, ଯାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟ ପୁସ୍ତକ ଅଧ୍ୟୟନରେ ବ୍ରତୀ ରହିପାରିବେ। ଦେଶର ପୁରାତନ ସାହିତ୍ୟ ବିଷୟରେ ସେ କହିଛନ୍ତି Text, Tweet ଓ Google Guruଙ୍କ ଯୁଗରେ ନୂଆ ପିଢ଼ି ଗଭୀର ଜ୍ଞାନ ଆହରଣ କରିବାରୁ ଦୂରେଇ ଯାଇନାହାନ୍ତି। ଭାରତରେ ଉତ୍ପାଦିତ ପଦାର୍ଥ ଓ ଭାରତର ଆଭିମୁଖ୍ୟକୁ ବିଶ୍ୱରେ ପ୍ରାଧାନ୍ୟ ଦିଆଯାଉଛି ଓ ଦେଶ ସମଗ୍ର ବିଶ୍ୱରେ ଏହାର ଉପସ୍ଥିତି ଉପଲବ୍ଧି କରାଇ ପାରିଛି। ଭାରତର କଥା ବିଶ୍ୱବାସୀ ଗୁରୁତର ସହ ଗ୍ରହଣ କରୁଛନ୍ତି ବୋଲି ମୋଦୀ କହିଛନ୍ତି।

Comments are closed.