‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ମନର କଥା କହିଲେ ମୋଦି; ଷ୍ଟାର୍ଟଅପ୍‌, ସ୍ୱଚ୍ଛତା ଓ ଯୋଗକୁ ନେଇ ରଖିଲେ ନିଜର ମତ

ନୂଆଦିଲ୍ଲୀ: ଆଜି ୮୯ ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମାଜ ସହ ଜଡିତ ଥିବା ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଷ୍ଟାର୍ଟଅପ ଇଣ୍ଡଷ୍ଟ୍ରୀ, ଚାରିଧାମ ଯାତ୍ରା ଓ ଯୋଗ ଦିବସର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ୟୁନିକର୍ଣ୍ଣ ସଂଖ୍ୟା ୧୦୦ ଅତିକ୍ରମ କରିଛି । କରୋନା ସମୟରେ ବି ଦେଶରେ ଷ୍ଟାର୍ଟଅପ୍‌ ବୃଦ୍ଧିପାଇଛି । ମୁଁ ଗର୍ବିତ ଯେ ଭାରତରେ ଏପରି ଅନେକ ମେଣ୍ଟର ଅଛନ୍ତି ଯେଉଁମାନେ ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ବୃଦ୍ଧିପାଇଁ ସଦାସର୍ବତା ଚେଷ୍ଟା କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଷ୍ଟାର୍ଟଅପ୍‌ ଜଗତ ନୂଆ ଭାରତର ଶକ୍ତି ପ୍ରଦର୍ଶନ କରୁଛି ।

ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ଭାରତର ତୀର୍ଥସ୍ଥାନକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭାରତରେ ଥିବା ତୀର୍ଥସ୍ଥାନ ଗୁଡ଼ିକର ସମ୍ମାନ ରକ୍ଷା କରିବା ଆବଶ୍ୟକତା ରହିଛି ।  ଉତ୍ତରାଖଣ୍ଡରେ ତୀର୍ଥଯାତ୍ରା ଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥଙ୍କ ଦର୍ଶନ କରୁଛନ୍ତି । ହେଲେ କିଛି ତୀର୍ଥଯାତ୍ରୀଙ୍କ ଦ୍ୱାରା ଅପରିଷ୍କାର ହେବା ଯୋଗୁ ଭକ୍ତମାନେ ଅସନ୍ତୁଷ୍ଟ ହେଉଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ ପାଉଛି । ତେଣୁ ପବିତ୍ର ତୀର୍ଥସ୍ଥାନରେ ଆମେ ପରିସ୍କାର ଓ ପରିଚ୍ଛନତାକୁ ସବୁବେଳେ ଧ୍ୟାନ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଖାଲିସେତିକି ନୁ​‌ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଯୋଗକୁ ନେଇ ନିଜର ମତ ରଖିଛନ୍ତି । ମୋଦି କହିଛନ୍ତି ଆମେ ଜୁନ୍‌ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଯାଉଛୁ । ଆପଣ ମାନେ ଯୋଗ ଦିବସ ପାଇଁ ପ୍ରସ୍ତୁତ ରୁହନ୍ତୁ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଆପଣ ମଧ୍ୟ ଭଲ ରହିପାରିବେ ।

Comments are closed.