କୋଭିଡ-୧୯ ବିରୋଧରେ ଲଢେଇ : ସଶସ୍ତ୍ର ବାହିନୀର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ :  କୋଭିଡ-୧୯ ବିରୋଧ ଲଢେଇରେ ସଶସ୍ତ୍ର ବାହିନୀର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ବିଟରେ, “ଅଦୃଶ୍ୟ ଶତ୍ରୁ ସହିତ ସଂଗ୍ରାମ : କୋଭିଡ-୧୯ ସଂକ୍ରମଣକୁ ରୋକିବାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପଦକ୍ଷେପ” ଶୀର୍ଷକ ଶ୍ରୀ ରାଜନାଥ ସିଂଙ୍କ ଏକ ଲେଖା ବିଷୟରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି, ‘‘ଜଳ’, ‘ସ୍ଥଳ’ ଏବଂ ’ଆକାଶ’, ଆମର ସଶସ୍ତ୍ର ବାହିନୀ କୋଭିଡ-୧୯ ବିରୋଧରେ ଲଢେଇକୁ ସୁଦୃଢ କରିବାରେ କୌଣସି ଉପାୟ ଛାଡି ନାହାଁନ୍ତି ।‘

Comments
Loading...