ରାଷ୍ଟ୍ରପତି କୋବିନ୍ଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସଙ୍ଗେସଙ୍ଗେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ମୋଦି କହିଛନ୍ତି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରାଷ୍ଟ୍ରପତି କୋବିନ୍ଦଙ୍କର ଦୂରଦୃଷ୍ଟି ଯୋଗୁଁ ଭାରତ ବିଶେଷ ଭାବେ ଉପକୃତ ହୋଇଛି। ଗରିବ ଓ ଅବହେଳିତମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ସେ ଅହରହ ଉଦ୍ୟମ ଚଳାଇଛନ୍ତି। ରାଷ୍ଟ୍ରପତିଙ୍କର ୭୪ତମ ଜନ୍ମଦିନରେ ଅନେକ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉତ୍ତରପ୍ରଦେଶ ଗ୍ରାମୀଣ କାନପୁରରେ ୧୯୪୫ ମସିହା ଅକ୍ଟୋବର ୧ରେ କୋବିନ୍ଦ ଜନ୍ମଗ୍ରହଣ କରିଥିଲେ।

ଜଣେ ଆଇନଜୀବୀ ଭାବେ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ଓ ପରେ ୨୦୧୫ରେ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ୧୯୯୧ରେ ଭାରତୀୟ ଜନତା ପାର୍ଟିରେ କୋବିନ୍ଦ ଯୋଗ ଦେବାପରେ ୧୯୯୪ ଓ ୨୦୦୦ରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.