ମା’ ସିଦ୍ଧିଦାତ୍ରୀଙ୍କ ଆର୍ଶିବାଦରେ ସମସ୍ତଙ୍କୁ ନିଜ ନିଜ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେଉ : ପ୍ରଧାନମନ୍ତ୍ରୀ

ମହାନବମୀର ଶୁଭକାମନା ଜଣାଇଲେ ଅମିତ୍ ଶାହ ଓ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ନବରାତ୍ରୀର ଆଜି ପବିତ୍ର ମହାନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟର ପୃଷ୍ଠାରେ ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଆଜି ମା’ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ମା’ଙ୍କ ଆର୍ଶିବାଦରେ ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେଉ ।
ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର  ମନ୍ତ୍ରୀ ଅମିତ୍ ଶାହ ଏକ ଟ୍ୱିଟ୍ କରି ସମଗ୍ର ଦେଶବାସୀଙ୍କୁ ମହାନବମୀ ଅବସରରେ ହାର୍ଦ୍ଧିକ ଶୁଭକାମନା ଜଣାଇଛନ୍ତି । ଏଥି ସହିତ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମହାନବମୀର ପବିତ୍ର ଉତ୍ସବରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା। ମା’ ଆଦି ଶକ୍ତି ସମସ୍ତଙ୍କ ଜୀବନରୁ ଦୁଃଖର ନିବାରଣ କରନ୍ତୁ ଓ ସମସ୍ତଙ୍କୁ ସୁଖ, ସମୃଦ୍ଧି ଦିଅନ୍ତୁ।

Comments are closed.