ଟୋକିଓ ଅଲିମ୍ପିକ୍ସ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ୨୦୨୦ ପାଇଁ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଶୁଭକାମନା ଜଣାଇଛନ୍ତି।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଜାପାନକୁ ଟୋକିଓ ଅଲିମ୍ପିକ୍ସ ୨୦୨୦ ଏବଂ ପାରା ଅଲିମ୍ପିକ୍ସ ଲାଗି ଅନେକ ଅନେକ ଶୁଭକାମନା। ଏହି ଅଲିମ୍ପିକ୍ସରେ ଆମେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳୀଙ୍କ ଠାରୁ ଅସାଧାରଣ ପ୍ରଦର୍ଶନ ପାଇଁ ଆଶାବାଦୀ ରହିଛୁ।”

Comments are closed.