କାକରପାର ଆଣବିକ ଶକ୍ତି କେନ୍ଦ୍ର-୩ରୁ ପରମାଣୁ ଶକ୍ତି ଉତ୍ପାଦନ ଆରମ୍ଭ

ପରମାଣୁ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର : ଗୁଜରାଟର କାକରପାର ପରମାଣୁ କେନ୍ଦ୍ରର ତିନି ନମ୍ବର କାରଖାନାରୁ ପରମାଣୁ ଶକ୍ତି ଉତ୍ପାଦନ ଆରମ୍ଭ ହୋଇଛି। ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୭ଶହ ମେଗାୱାଟ୍‍ ଶକ୍ତିସଂପନ୍ନ କାକରପାର ପରମାଣୁ କେନ୍ଦ୍ରର ତିନିନମ୍ବର କାରଖାନା ମେକ୍‍ ଇନ୍‍ ଇଣ୍ଡିଆର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଏକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଏଭଳି ସଫଳତା ହାସଲ କରିବା ପାଇଁ ଏହା ପ୍ରେରଣା ଯୋଗାଇବ।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପରମାଣୁ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.