ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟାରେ ପାଣି ପଶିିଯିବ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ ଜନସାଧାରଙ୍କୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ଘରୁ ବାହାରକୁ ବାହାରିବା କଥା ଚିନ୍ତା ବି କରନ୍ତୁନି। ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟାରେ ପାଣି ପଶିିଯିବ। ୨ଗଜ ଦୂରତ୍ବ ରଖି ସତର୍କତାର ସହ ଆମେ କାମ କରିବା ଆବଶ୍ୟକ। ଏବେ ପ୍ରାୟ ସବୁ ସରକାରୀ ଓ ସେସରକାରୀ ଅଫିସ ଖୋଲିଲାଣି। ଧୀରେ ଧୀରେ ବେପାର ଓ ବଣିଜ ସ୍ବାଭାବିକ ଆଡକୁ ଗତି କରୁଛି। ପ୍ରତିଟି ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଦିନରାତି ପରିଶ୍ରମ କରୁଛୁ। ଆବଶ୍ୟକ ପଦକ୍ଷେପ ଦ୍ବାରା କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ। ଏବେ ଦେଶର ଅର୍ଥନୀତି ସୁଧୁରିଛି। ଏବେ ଧୀରେ ଧୀରେ ଦେଶର ଅର୍ଥନୀତି ସୁଧୁରିବା ସଂକେତ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Comments are closed.